Odisha Link
Bridging the Missing Links in Odisha

ସାରା ଦେଶରେ ଜମାଟୋକୁ ନେଇ ଚର୍ଚ୍ଚା, ପଢ଼ନ୍ତୁ କ’ଣ ପାଇଁ

ଭୋପାଳ: ଭାରତରେ ଖାଦ୍ୟ ଡେଲିଭରୀ କରୁଥିବା ଜମାଟୋକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଜମାଟୋ ସହ ଏକ ଅଜବ ଘଟଣା ଘଟିଛି। ଜଣେ ବ୍ୟକ୍ତି ଜମାଟୋରୁ ଖାଦ୍ୟ ପାର୍ସଲ ଅର୍ଡ଼ର କରିଥିଲେ। ହେଲେ ଜମାଟୋ ପକ୍ଷରୁ ଜଣେ ମୁସଲିମ ଡେଲିଭରି ବୟ ଖାଦ୍ୟ ନେଇ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲା ଡେଲିଭରୀ ବୟ ଜଣଙ୍କ ଅଣ ହିନ୍ଦୁ ହୋଇଥିବାରୁ ବ୍ୟକ୍ତି ଜଣଙ୍କ ଏହି ଅର୍ଡକୁ ରଦ୍ଦ କରିଦେଇଥିଲେ ବ୍ୟକ୍ତି ଜଣକ।

ଏ ସମ୍ପର୍କରେ ବ୍ୟକ୍ତି ଜଣଙ୍କ ମଧ୍ୟ ନିଜେ ଟ୍ୱିଟ କହିଛନ୍ତି। ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ଅମିତ ଶୁକ୍ଳା ନାମକ ବ୍ୟକ୍ତି ଟ୍ୱିଟ କରି କହିଛନ୍ତି ଯେ “ମୁଁ ଜମାଟୋରୁ ଖାଦ୍ୟ ଅର୍ଡର କରିଥିଲି। ହେଲେ ସେମାନେ ଜଣେ ଅଣ ହିନ୍ଦୁଙ୍କ ହାତରେ ଖାଦ୍ୟ ପଠାଇଥିବାରୁ ମୁଁ ଏହାକୁ ରଦ୍ଦ କରିଦେଇଛି। ଅପରପକ୍ଷେ ଜମାଟୋ କର୍ତ୍ତୃପକ୍ଷ ଅର୍ଥ ଫେରସ୍ତ କରିବେ ନାହିଁ କିମ୍ବା ଅଣ ହିନ୍ଦୁ ଡେଲିଭରୀ ବୟଙ୍କୁ ବଦଳାଇବେ ନାହିଁ ବୋଲି କହିଛନ୍ତି। ମୋର ଟଙ୍କା ଫେରସ୍ତ ପାଇବା ଦରକାର ନାହିଁ, କିନ୍ତୁ ଅର୍ଡର କ୍ୟାନସେଲ କରିବା ପାଇଁ କହିଛି” ବୋଲି ବ୍ୟକ୍ତି ଜଣକ ଉଲ୍ଲେଖ କରିଛନ୍ତି। ଜମାଟୋ ପକ୍ଷରୁ କୁହାଯାଇଛି ଯେ, ଖାଦ୍ୟର କୌଣସି ଧର୍ମ ନଥାଏ। ଏବେ ଏହି ଘଟଣା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comments are closed.