Odisha Link
Bridging the Missing Links in Odisha

ପୋଖରୀ ହୁଡ଼ାରେ ମହିଳାଙ୍କ ଶବ: ହତ୍ୟା ନା ଆତ୍ମହତ୍ୟା!

ନୟାଗଡ଼: ପୋଖରୀ କୂଳରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ। ରଣପୁର ଥାନା ତାଳକଣି ଗାଁରେ ଘଟିଛି ଏଭଳି ଅଘଟଣ।

ସୂଚନା ଅନୁସାରେ ଏହି ଗ୍ରାମର ମାଗୁଣି ବେହେରାଙ୍କ ପତ୍ନୀ ପ୍ରଭାସିନୀ ଆଜି ଭୋର ୪ଟା ୩୦ରେ ଗ୍ରାମ ପୋଖରୀକୁ ନିତ୍ୟକର୍ମ ପାଇଁ ଯାଇଥିଲେ। ସେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଆଜି ସକାଳେ ପୋଖରୀ କୂଳରେ ପ୍ରବାସିନୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ମୃତ ମହିଳାଙ୍କ ବେକ ପାଖରେ କ୍ଷତଚିହ୍ନ ଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଏ ନେଇ ସନ୍ଦେହ ଉପୁଜିଛି। ଯଦି ପ୍ରଭାସିନୀଙ୍କର ମୃତ୍ୟୁ ପାଣିରେ ବୁଡ଼ି ହୋଇଥାଏ, ଭୂଇଁ ଉପରକୁ ଶବ କିପରି ଆସିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରଣପୁର ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଘଟଣା ସମ୍ପର୍କରେ ପୁଲିସର ମତାମତ ମିଳିପାରିନାହିଁ।

Comments are closed.