Odisha Link
Bridging the Missing Links in Odisha

ଜିଡ଼ିପି: ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜିଡ଼ିପିର ବିଶ୍ବସ୍ତରୀୟ ର‍୍ୟାଙ୍କ। ସାରା ବିଶ୍ବରେ ଜିଡ଼ିପି ର‍୍ୟାଙ୍କରେ ଭାରତ ସପ୍ତମ ସ୍ଥାନରେ ଅଛି ବୋଲି ପ୍ରକାଶ ପାଇଛି। ଭାରତର ଜିଡିପି ୨.୭ ଟ୍ରିଲିୟନ ଡଲାର ରହିଛି। ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କ ଆକଳନ ମୁତାବକ ଜିଡିପିରେ ଭାରତ ୭ନମ୍ବରରେ ପହଞ୍ଚିଛି। ତେଣେ ବ୍ରିଟେନ ଏବଂ ଫ୍ରାନ୍ସ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ରହିଛିନ୍ତି। ୨୦୧୭ରେ ଭାରତ ଫ୍ରାନ୍ସକୁ ପଛରେ ପକାଇ ଆଗରେ ପହଞ୍ଚିଥିଲା। ଚଳିତ ବର୍ଷ ଭାରତ ତଳକୁ ଖସି ଯାଇଥିବା ଜଣାଯାଇଛି।

ଜିଡିପି ପ୍ରସଙ୍ଗରେ ଆମେରିକୀୟ ଅର୍ଥବ୍ୟବସ୍ଥା ଏଥର ବି ଏକ ନମ୍ବର ସ୍ଥାନରେ ରହିଥିବା ପ୍ରକାଶ ପାଇଛି। ୨୦୧୮ରେ ୟୁଏସର ଜିଡିପି ୨୦.୫ ଟ୍ରିଲିୟନ ଡଲାର ରହିଛି। ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଚୀନ ରହିଥିବା ଜଣାଯାଇଛି। ଚୀନର ଜିଡିପି ୧୩.୬ ଟ୍ରିଲିୟନ ଡଲାର ରହିଛି। ସେହିପରି ଜାପାନର ଜିଡିପି ୫ ଟ୍ରିଲିୟନ ଡଲାର ରହିଛି। ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭାରତର ଟଙ୍କାର ସ୍ତର ଏପଟ ସେପଟ ହୋଇଥିବା କାରଣରୁ ଜିଡିପିରେ ଭାରତ ୭ନମ୍ବରରେ ପହଞ୍ଚିଛି। ଅପରପକ୍ଷେ ଆଶା ପ୍ରକାଶ କରିଛନ୍ତି ଯେ ଚଳିତ ବର୍ଷ ଏଥିରେ ଯଥେଷ୍ଟ ସୁଧାର ଆସିବ।

Comments are closed.