Odisha Link
Bridging the Missing Links in Odisha

ବିଷ୍ଣୁ ସେଠୀଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ କଂଗ୍ରେସର ହୋହଲ୍ଲା

ଭୁବନେଶ୍ବର : ବିଧାନସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିବାଦୀୟ ବୟାନଙ୍କୁ ନେଇ ଝଡ । ଫଳରେ ଆଜି ବିଧାନସଭାର ପ୍ରଶ୍ନକାଳ ଚାଲିପାରିନାହିଁ । ଆଜି ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଦସ୍ୟ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ଚାଲିପାରିନଥିଲା ।
ଗତକାଲି ବିଧାନସଭାରେ ତିନି ତଲାକ୍ ବିଲ୍କୁ କଂଗ୍ରେସ ବିରୋଧ କରିଥିଲା । ଏହାକୁ ଗୃହରେ ଜବାବ ରଖୁଥିଲେ ବିଷ୍ଣୁ ସେଠୀ । ସେହି ସମୟରେ କହିଥିଲେ, ମୁସଲିମ୍ ପରିବାରରେ ଛାଡପତ୍ର ଯୋଗୁଁ ସ୍ତ୍ରୀ ଲୋକମାନେ ରେଡ୍ ଲାଇଟ୍ ଏରିଆରେ ବେଶ୍ୟାବୃତି କରୁଛନ୍ତି । ଏହି ବୟାନକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଥିଲା । କଂଗ୍ରେସ ଏହାକୁ ଜୋରଦାର ବିରୋଧ କରି କ୍ଷମାପ୍ରାର୍ଥନା ଦାବି କରିଥିଲା ଏବଂ କଂଗ୍ରେସ ସଦସ୍ୟଙ୍କ ସହ ସ୍ୱର ମିଳାଇଥିଲେ ବିଜେଡି ବିଧାୟକ ।

Comments are closed.