Odisha Link
Bridging the Missing Links in Odisha

ମୁଁ ଟିମ୍‌ ଇଣ୍ଡିଆର କୋଚ୍‌ ହେବି, କିଏ କହିଲେ ଏମିତି

ନୂଆଦିଲ୍ଲୀ: ଚର୍ଚ୍ଚାରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଗୋଟିଏ ପଟେ ବିସିସିଆଇ ଟିମ୍‌ ଇଣ୍ଡିଆ ପାଇଁ ନୂଆ କୋଚ୍‌ ସନ୍ଧାନରେ ଥିବାବେଳେ ଅପରପକ୍ଷେ ସୌରଭ ଗାଙ୍ଗୁଲି ଶୁକ୍ରବାର ଦିନ ଭବିଷ୍ୟତରେ ଭାରତୀୟ ଦଳର କୋଚ୍ ହେବା ପାଇଁ ଚାହୁଛନ୍ତି ବୋଲି କହିଛନ୍ତି। ହେଲେ ବର୍ତ୍ତମାନ ସମୟରେ ସେ ଏହି ପଦ ପାଇଁ ଇଚ୍ଛୁକ ନଥିବା କହିଛନ୍ତି। ଭାରତୀୟ କ୍ରିକେଟ ଦଳ ପାଇଁ ନୂଆ କୋଚର ଅନ୍ୱେଷଣ ଜାରି ରହିଛି କାରଣ ୱେଷ୍ଟଇଣ୍ଡିଜ ଗସ୍ତ ପରେ ବର୍ତ୍ତମାନର କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ।

ଗାଙ୍ଗୁଲି କହିଛନ୍ତି, ଏହା ସତ ଯେ ଦିନେ ନା ଦିନେ ମୁଁ ଭାରତୀୟ ଦଳର କୋଚ ହେବା ପାଇଁ ଚାହିଁବି କିନ୍ତୁ ଏବେ ନୁହେଁ, କାରଣ ମୋ ପାଖରେ ଅଲଗା ଦାୟିତ୍ୱ ରହିଛି। ଏହି ସମୟ ସରିବା ପାଇଁ ଦିଅନ୍ତୁ ଏହି ଦୌଡରେ ମୁଁ ବି ସାମିଲ ହୋଇଯିବି। ୪୭ ବର୍ଷୀୟ ସୌରଭ ବର୍ତ୍ତମାନ ବଂଗାଲ କ୍ରିକେଟ ସଙ୍ଘର ଅଧ୍ୟକ୍ଷ ଅଛନ୍ତି ଏବଂ ଏହା ସହିତ ସେ ଆଇପିଏଲ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶ ଦାତା ଭାବେ ନିଯୁକ୍ତ ଅଛନ୍ତି। କେବଳ ସେତିକି ନୁହେଁ କ୍ରିକେଟ କମେଣ୍ଟ୍ରି କରିବା ସହିତ ସେ ଏକ ଲୋକପ୍ରିୟ ବଙ୍ଗାଳୀ ଟିଭି ଶୋକୁ ହୋଷ୍ଟ ମଧ୍ୟ କରୁଛନ୍ତି।

Comments are closed.