Odisha Link
Bridging the Missing Links in Odisha

ରାଜଧାନୀରେ ଏନ୍‌କାଉଣ୍ଟର

ଭୁବନେଶ୍ବର : ପୋଲିସ-ଲୁଟେରାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସର ଗୁଳିରେ ଦୁଇ ଲୁଟେରା ଆହତ। ଦୁଇ ଲୁଟେରାଙ୍କ ଗୋଡରେ ଗୁଳି ବାଜିଛି। ଦୁଇ ଲୁଟେରାଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ବିବେକାନନ୍ଦ ମଲ୍ଲିକ ଓ ଅରୁଣ ନାୟକ।
କମିଶନରେଟ୍ ପୋଲିସର ସହିଦ ନଗର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ଦୁଇ ଲୁଟେରାଙ୍କୁ ଧରିବାକୁ ଗଲାବେଳେ ସେମାନେ ପୋଲିସ ଉପରକୁ ଫାୟାରିଂ କରିଥିଲେ। ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଫଳରେ ଦୁଇ ଲୁଟେରା ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି କାରରେ ଥିବା ସମସ୍ତ ଜିନିଷପତ୍ର ଓ ନିକଟରେ ପଡିଥିବା ୬ଟି ଖୋକା ଜବତ କରିଛି ।

Comments are closed.