Odisha Link
Bridging the Missing Links in Odisha

ହୋଟେଲ ମାଲିକ ହତ୍ୟା ଘଟଣା : ଜଣେ ମହିଳାଙ୍କ ସମେତ ୩ ଅଭିଯୁକ୍ତ ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ହୋଟେଲ ମାଲିକ ରବୀନ୍ଦ୍ର ସାହୁ ହତ୍ୟାକାଣ୍ଡ ମାମଲାରେ ପାଣିକୋଇଲି ପୋଲିସ ଦ୍ବାରା ଜଣେ ମହିଳା ସମେତ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପରକୀୟା ପ୍ରୀତି ଓ ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଗତ ଜୁଲାଇ ମାସ ୭ ତାରିଖ ଦିନ କ୍ଷତାକ୍ତ ଅବସ୍ଥାରେ ମିଳିଥିଲା ରବୀନ୍ଦ୍ରଙ୍କ ମୃତଦେହ। ପାଣିକୋଇଲି ବଜାରରେ ଗଳା କାଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ରବୀନ୍ଦ୍ର କରିଥିବା ନିଜର ଏକ ହୋଟେଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲା ଉଲଗ୍ନ ମୃତଦେହ । ହତ୍ୟାକାଣ୍ଡ ସ୍ଥାନରୁ ଏକ ଛୁରୀ ସହିତ ରବୀନ୍ଦ୍ରଙ୍କ ପୋଷାକ ଜବତ କରିଥିଲା ପୋଲିସ । ତେବେ ଆଜି ଜଣେ ମହିଳା ସମେତ ୩ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

Comments are closed.