Odisha Link
Bridging the Missing Links in Odisha

ଧାରା ୩୭୦: ଏଲଓସିରେ ସବୁ ପକ୍ଷ ରଖନ୍ତୁ ଶାନ୍ତି-ଆମେରିକା

ନୂଆଦିଲ୍ଲୀ: ଉଚ୍ଛେଦ ହେଲା ଧାରା ୩୭୦। ସାରା ଭାରତବାସୀ ଏହାକୁ ନେଇ ଖୁସି ମନାଉଛନ୍ତି। ଅପରପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକା ନିୟନ୍ତ୍ରଣ ରେଖାରେ ଶାନ୍ତି ବଜାୟ ରଖିବାକୁ ଦାବି କରିଛି। ଧାରା ୩୭୦ ଉଚ୍ଛେଦ ହେଲାପରେ ନିୟନ୍ତ୍ରଣ ରେଖା(ଏଲଓସି)ରେ ଶାନ୍ତି ଓ ସଦଭାବ ପ୍ରତିଷ୍ଠା ବଜାୟ ରଖିବାକୁ ଉଭୟ ଭାରତ ପାକିସ୍ତାନକୁ କହିଛି ଆମେରିକା। ଗଣମାଧ୍ୟମର ପ୍ରତିନିଧିଙ୍କୁ ସୋମବାର ଆମେରିକୀୟ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମୋର୍ଗାନ ଓର୍ଟାଗସ କହିଛନ୍ତି, ଭାରତ ସରକାରଙ୍କ ଦ୍ୱାରା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଜମ୍ମୁ କଶ୍ମୀରରେ ଘଟଣାକ୍ରମ ଉପରେ ପାଖାପାଖି ନଜର ରଖୁଛୁ।

ଏଥିସହିତ ଆମେ ନିୟନ୍ତ୍ରଣ ରେଖା ଉପରେ ସବୁ ପକ୍ଷଙ୍କୁ ଶାନ୍ତି ଓ ସଦଭାବ ପ୍ରତିଷ୍ଠା ରଖିବାକୁ ଅପିଲ କରୁଛୁ। ଜମ୍ମୁ କଶ୍କୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତାକୁ ଶେଷ କରାଯିବା ନେଇ ପଚରାଯିବାରୁ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଜମ୍ମୁ କଶ୍ମୀରର ଘଟଣା ପ୍ରତି ନଜର ରଖାଯାଇଛି। ମୁଖପାତ୍ର କହିଛନ୍ତି ଯେ, ଭାରତ ଜମ୍ମୁ କଶ୍ମୀରରେ କାର୍ଯ୍ୟାନୁଷ୍ଠାନକୁ ସଂପୂର୍ଣ୍ଣ ଭାବେ ଅତିରିକ୍ତ ମାମଲା ଦର୍ଶାଇଛି। ମାତ୍ର ଏହାରି ମଧ୍ୟରେ ଜମ୍ମୁ କଶ୍ମୀରରେ ମାନବାଧିକାର ଉଲଂଘନ କରାଯାଇଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଆମେ ଜମ୍ମୁକଶ୍ମୀର ନେଇ ଚିନ୍ତିତ ଅଛୁ ଏବଂ ଲୋକଙ୍କର ଅଧିକାରକୁ ସମ୍ମାନ ତଥା ପ୍ରଭାବିତ ସଂପ୍ରଦାୟ ସହିତ ଆଲୋଚନା ପାଇଁ ଅପିଲ କରୁଛୁ।

Comments are closed.