ସେଣ୍ଟ୍ରାଲ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଅଭିଯୋଗ

ସୋର : ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ମାଣିପୁର ସେଣ୍ଟ୍ରାଲ ବ୍ୟାଙ୍କ ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ ମେସିନ ଭଙ୍ଗାରୁଜା କରିବା ସହ ଟଙ୍କା ଲୁଟ କରିଛନ୍ତି। କେତେ ଟଙ୍କା ଲୁଟ ହୋଇଛି ତାହା ଏଯାବତ ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି। ବୁଧବାର ସକାଳେ ଏହି ଘଟଣା ଜଣାପଡ଼ିବା ପରେ ବ୍ୟାଙ୍କ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। ପୁଲିସ ଏଟିଏମରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।