Odisha Link
Bridging the Missing Links in Odisha

ମୋହର ମାରିଲେ ରାଷ୍ଟ୍ରପତି, ଧାରା ୩୭୦ ଉଠିଲା

ନୂଆଦିଲ୍ଳୀ: ଆଜି ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ଉପରେ ମୋହର ମାରିଲେ ରାଷ୍ଟ୍ରପତି। ଆଜିଠାରୁ ଉଛେଦ ହେବ ଧାରା ୩୭୦ ଏବଂ ଲାଗୁ ହେବ ନୂଆ ଆଇନ। ଧାରା ୩୭୦ ଉଚ୍ଛେଦ ପାଇଁ ରାଷ୍ଟ୍ରପତିଙ୍କ ମୋହର ଲାଗିବା ପରେ ଏବେ ବିଧିବଦ୍ଧ ଭାବେ ଜମ୍ମୁକାଶ୍ମୀର ଓ ଲଦାଖ ଅଲଗା ହୋଇଯାଇଛି। ଜମ୍ମୁ କଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଂଚଳରେ ଭାଗ କରାଯିବା ଓ ଧାରା ୩୭୦ ଉଚ୍ଛେଦ କରିବା ସଂପର୍କିତ ବିଲକୁ କେନ୍ଦ୍ର ସରକାର ଉଭୟ ଗୃହରେ ବହୁମତ ସହିତ ଗୃହୀତ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏବେ ଏହା ଆଇନରେ ପରିଣତ ହୋଇଛି।

ସୂଚନାଯୋଗ୍ୟ ନରେନ୍ଦ୍ର ମୋଦୀ ସରକାର ସୋମବାର ଜମ୍ମୁ କଶ୍ମୀର ପୁନଃଗଠନ ଓ ଧାରା ୩୭୦କୁ ଉଚ୍ଛେଦ କରିବା ସମ୍ପର୍କୀତ ସଂକଳ୍ପକୁ ରାଜ୍ୟସଭାରେ ବହୁମତ ସହିତ ଗୃହୀତ ହୋଇଛି। ଏହି ବିଲ ଲୋକସଭାରେ ମଧ୍ୟ ବହୁମତ ସହିତ ଗୃହୀତ ହୋଇଛି। ଲୋକସଭାରେ ୭୨ ତୁଳନାରେ ବିଲ ପକ୍ଷରେ ୩୫୨ ଭୋଟ ମିଳିଥିଲା। ଏହାରି ବଳରେ ଜମ୍ମୁ କଶ୍ମୀରକୁ ସମ୍ବିଧାନରେ ଦିଆଯାଇଥିବା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତାକୁ ଫେରାଇ ନିଆଯାଇଛି। ଏଥି ସହିତ ଜମ୍ମୁ କଶ୍ମୀରକୁ ୨ ଭାଗ କରାଯାଇଛି। ଜମ୍ମୁ କଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ମିଳିଥିବା ବେଳେ ଲଦାଖକୁ ବିନା ବିଧାନସଭାର କେନ୍ଦ୍ର ଶାସିତ ରାଜ୍ୟ ଭାବେ ଅଲଗା କରାଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଧାରା ୩୭୦ ବଳରେ ଜମ୍ମୁ କଶ୍ମୀରକୁ ହୋଇଥିବା କ୍ଷତି ସଂପର୍କରେ ବିସ୍ତୃତ ଭାବରେ କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦୀଙ୍କୁ ଏହା କଡ଼ା ଜବାବ ମିଳିଛି। ଗୃହମନ୍ତ୍ରୀ ଶାହ ଧାରା ୩୭୦କୁ ବିକାଶ ବିରୋଧୀ, ମହିଳା, ଦଳିତ ଓ ଆଦିବାସୀ ବିରୋଧୀ କହିଛନ୍ତି। ଜମ୍ମୁ କଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦକୁ ଐତିହାସିକ ଭୁଲକୁ ଠିକ କରିବା ପାଇଁ ଐତିହାସିକ ପଦକ୍ଷେପ। ଶାହା କହିଛନ୍ତି, ସମ୍ବିଧାନସମ୍ମତ ପ୍ରକ୍ରିୟା ଅନୁସାରେ ଏହି ବିଲ ଗୃହୀତ କରାଯାଇଛି।

Comments are closed.