Odisha Link
Bridging the Missing Links in Odisha

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: ପାକିସ୍ତାନ ସଂସଦରେ ଝଡ଼

ଇସଲାମବାଦ: ଭାରତର ନିଷ୍ପତ୍ତିରେ ପାକିସ୍ତାନ ଛାନିଆ। ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିଯିବା ପରେ ପାକିସ୍ତାନରେ ଝଡ଼। ପାଗଳ ପରି ହେଉଛି ପାକିସ୍ତାନ। ଏଥିସହିତ ପାକିସ୍ତାନ ସଂସଦରେ ଧାରା ୩୭୦ର ଉଚ୍ଛେଦକୁ ନେଇ ଝଡ଼ ସୃଷ୍ଟି ହୋଇଛି। ପାକିସ୍ତାନ ସଂସଦରେ ଧାରା-୩୭୦ ଉଚ୍ଛେଦକୁ ନେଇ ବିତର୍କ ଚାଲି ଥିବାବେଳେ ଯୁଗ୍ମ ସଦନରେ ପାକ୍ ମୁସଲିମ ଲିଗର ସାଂସଦ ମୁଶାହିଦୁଲାହ ଖାନ ଇମରାନ ଖାନଙ୍କ ଜଣେ ମନ୍ତ୍ରୀଙ୍କୁ କୁକୁର ବୋଲି କହିଛନ୍ତି।

ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫ଏ ହଟାଯିବା ପରେ ପାକ ସଂସଦରେ ଯୁଗ୍ମ ସଦନ ଡକାଯାଇଥିଲା। ଏଥିରେ ଉପସ୍ଥିତ ସାଂସଦ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରୁଥିଲେ। ଏହି ସମୟରେ ଦୁଇଜଣ ସଦସ୍ୟ ନିଜ ନିଜ ଭିତରେ ଟଣାଓଟରା ହୋଇଥିଲେ। ସାଂସଦ ମୁଶାହିଦୁଲାହ ଖାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ସମାଲୋଚନା କରୁଥିଲେ। ସେହି ସମୟରେ ମନ୍ତ୍ରୀ ଫବାଦ ଚୌଧରୀ ତାଙ୍କୁ ଅଧାରୁ ରୋକିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମୁଶାହିଦୁଲାହ ମାନି ନଥିଲେ। ପବାଦଙ୍କ ମାତ୍ରାଧିକ ହସ୍ତକ୍ଷେପ କାରଣରୁ ସେ ରାଗିଯିବା ସହ ତାଙ୍କୁ କୁକୁର ବୋଲି କହିଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବୃଦ୍ଧି ପାଇବା ବେଳେ ଖାନ ଚୌଧରୀଙ୍କୁ ଗାଳି କରିଥିଲେ। ଏପରିକି ତାଙ୍କୁ ବାନ୍ଧିକରି ରଖାଯାଇଥିଲା ଓ କୁକୁର ଭଳି ସେ ଖସି ଆସିଥିବା ମଧ୍ୟ କହିଥିଲେ। ଏହାପରେ ଗୃହରେ ଉଭୟ ପକ୍ଷ ପାଟିତୁଣ୍ଡ ହୋଇଥିଲେ ।

Comments are closed.