Odisha Link
Bridging the Missing Links in Odisha

ଲୋକାର୍ପିତ ହେଲା ଆନିମେସନ୍‌ ଫିଲ୍ମ ଭାରତ ଗୀତିକା

ଭୁବନେଶ୍ବର : ଆସନ୍ତା ସ୍ବାଧୀନତା ଦିବସକୁ ନେଇ ଉତ୍ସାହିତ ସମଗ୍ର ଭାରତୀୟ। ଏହି ଅବସରରେ ଦେଶବ୍ୟାପି ବିଭିନ୍ନ ଦେଶାତ୍ମବୋଧ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ବେଶ୍‌ ତତ୍ପରତା ଦେଖିବାକୁ ମିଳିଛି। ଆଉ ଏସବରୁ ବାଦ ବଡିନି ଆମ ଚଳଚ୍ଚିତ୍ର ଜଗତ। ଆସନ୍ତା ସ୍ବାଧୀନତା ଦିବସ ଅବସରେ ଲୋକାର୍ପିତ ହୋଇଛି ଦେଶାତ୍ମକ ଚଳଚ୍ଚିତ୍ର ଭାତର ଗୀତିକା। ଆଇଡିଏମଟି ଓ ସମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ପ୍ରସ୍ତୁତ ଏହି ଚଳଚ୍ଚିତ୍ରକୁ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଲୋକାର୍ପିତ କରିଛନ୍ତି। ରାଜଭବନରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ ଚଳଚ୍ଚିତ୍ରଟକୁ ଲୋକାର୍ପିତ କରିବା ସହ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି। ଖାଲି ସେତିକି ନୁହେଁ ଅଖଣ୍ଡ ଭାରତ ସ୍ବପ୍ନ ସମସ୍ତଙ୍କ ମନ ଓ ହୃଦୟରେ ଜୀବନ୍ତ ରହିଛି। ଭାରତମାତାଙ୍କ ସମ୍ମାନ ନିମନ୍ତେ ପ୍ରତ୍ୟେକ ଭାରତୀୟ ନିଜ ନିଜ ସ୍ତରରେ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ପ୍ରେରଣାର ଅଧ୍ୟକ୍ଷ ଏହି ପ୍ରୟାସ ସଂପର୍କରେ ସୂଚନା ଦେଇ ପରିବେଶ ସୁରକ୍ଷା ସହ ରାଷ୍ଟ୍ରବାଦର ପ୍ରସାର ନିମନ୍ତେ ଅନୁଷ୍ଠାନ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ। ଆଇଡିଏମଟିର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ନିର୍ଦ୍ଦେଶକ ପ୍ରଦୀପ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ। କବିବର ରାଧାନାଥ ରାୟଙ୍କ ରଚିତ ସର୍ବେଷାଂ ନୋ ଜନନୀ ଭାରତ କୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବରୂପ ନାୟକ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଏହା ନିର୍ମିତ ହୋଇଛି ବୋଲି ଅନୁଷ୍ଠାନ କକ୍ଷରୁ ସୂଚନା ଦିଆଯାଇଛି।

Comments are closed.