Odisha Link
Bridging the Missing Links in Odisha

ଛୁଆ ନୀଳଗିରି ଲାଙ୍ଗୁରର ମୃତ୍ୟୁ

ଭୁବନେଶ୍ବର : ଆଜି ସକାଳେ ନନ୍ଦନକାନନର ଖୁଆଡ ନଂ ୫୩ରେ ରହୁଥିବା ଛୁଆ ନୀଳଗିରି ଲାଙ୍ଗୁରର ମୃତ୍ୟୁ ହୋଇଛି। ସେ ଖେଳୁଥିବା ଅବସ୍ଥାରେ ତଳକୁ ଖସିପଡି ମୃତ୍ୟୁ ହୋଇଥିବା କୁହାଯାଉଛି। ଏନେଇ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରିନାହାନ୍ତି।
ଏହି ଶାବକଟି ଗତ ଜୁନ୍ ମାସ ୧ ତାରିଖରେ ଜନ୍ମ ହୋଇଥିଲା। ଗତ ୨୦୧୭ ମସିହା ସେପ୍ଟେମ୍ବର ୨୬ ତାରିଖରେ ଚେନ୍ନାଇ ଭାଣ୍ଡାଲୁର ରାଜୀବ ଗାନ୍ଧି ଜୁଲୋଜିକାଲ ପାର୍କରୁ ଏକ ଯୋଡା ନୀଳଗିରି ଲାଙ୍ଗୁର ଅଣାଯାଇ ଥିଲା। ଗତ ମେ ୩୧ ତାରିଖରେ ଅଣ୍ଡିରା ନୀଳଗିରି ଲାଙ୍ଗୁରର ମୃତ୍ୟୁ ହୋଇଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ୧ ଜୁନ୍ ୨୦୧୯ରେ ଏହି ଶାବକ ଜନ୍ମ ହୋଇ ଏମାନଙ୍କ ସଂଖ୍ୟା ୨ଟିକୁ ବୃଦ୍ଧି ପାଇଥିଲା। ଆଜି ଏହାର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ଅଉ ଗୋଟିଏ କମ୍‌ ହୋଇ ଯାଇଛି।

Comments are closed.