Odisha Link
Bridging the Missing Links in Odisha

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୦ ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ୧୦ଟି ଗେଟ୍ ବନ୍ଦ କରାଯାଇଛି। ବନ୍ୟା ଜଳ ପ୍ରବେଶ ଓ ନିଷ୍କାସନକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଛି। ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍କୁ ବନ୍ଦ କରାଯାଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ୧୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।
ଅନ୍ୟପଟେ ଆଜି ରାତି ସୁଦ୍ଧା ମୁଣ୍ଡଳିରେ ପହଁଞ୍ଚିବ ହୀରାକୁଦ ଛାଡିଥିବା ବନ୍ୟା ପାଣି। ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ ମୁଣ୍ଡଳି ନିକଟରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ହୀରାକୁଦ ଡ୍ୟାମରୁ ୨୦ଟି ଗେଟ୍ ଦେଇ ଗତକାଲି ଛଡାଯାଇଛି ପାଣି। ତେଣୁ ଏହି ପାଣି ପ୍ରବେଶ କଲେ ମହାନଦୀ ଆହୁରି ଫୁଲିବା ସମ୍ଭାବନା ରହିଛି। ଫଳରେ ତଳିଆ ଅଞ୍ଚଳରେ ପାଇଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଦଶମିକ୍ ଆଠ ସାତ ଫୁଟ ରହିଛି। ଏବଂ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୫୧ ହଜାର ୫୫୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୧୫ହଜାର କ୍ୟୁସେକ୍ ଜଳ। ଏବେ ମୋଟ ୨୦ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଛି। ଯଦି ଆଉ ଗେଟ୍ ଖୋଲାଯାଏ ତେବେ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ମୁଣ୍ଡଳିରେ ପାଣି କମିବା ପରେ ନରାଜରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି। ତଥାପି ତଳିଆ ଅଞ୍ଚଳର ଲୋକେ ମହାନଦୀର ପାଣିକୁ ନେଇ ଚିନ୍ତାରେ ପଡିଛନ୍ତି ।

Comments are closed.