Odisha Link
Bridging the Missing Links in Odisha

ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ ଜାଣନ୍ତୁ କିଛି ଜଣା ଅଜଣା କଥା

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଥମ ଶ୍ରାଦ୍ଧବାର୍ଷିକ। ୨୦୧୮ ମସିହା ଆଜିର ଦିନରେ ଅଟଳଙ୍କ ଦେହାନ୍ତ ହୋଇଥିଲା। ତେବେ ଅଟଳ ବିହାରି ବାଜପେୟୀଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା।

୧୯୨୪ ମସିହା ଡିସେମ୍ବର ୨୫ତାରିଖରେ ଅଟଳ ବିହାରୀ ବାଜପେୟୀଙ୍କ ଗୋଆଲିଅର ଜନ୍ମ ହୋଇଥିଲା। ମା’ଙ୍କ ନାମ କ୍ରିଷ୍ଣା ଦେବୀ ଓ ବାପାଙ୍କ ନାମ କ୍ରିଷ୍ଣବିହାରୀ ବାଜପେୟୀ। ବାପା ଥିଲେ ସ୍କୁଲ ଶିକ୍ଷକ ଏବଂ ଜଣେ କବି। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିଜର ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ ଅଟଳବିହାରୀ ବାଜପେୟୀ ତତକାଳୀନ ଗୋଆଲିଅର ଭିକ୍ଟୋରିଆ କଲେଜ ଓ ବର୍ତ୍ତମାନର ଲକ୍ଷ୍ମୀବାଇ କଲେଜରୁ ଡିଷ୍ଟିଙ୍ଗସନ ସହ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। ହିନ୍ଦୀ, ଇଂରାଜୀ ଓ ସଂସ୍କୃତରେ ସେ ସ୍ନାତକ କରିଥିଲେ। ଡିଏଭି ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।

ଅଟଳ ବିହାରୀ ବାଜପେୟୀ ୯ଥର ଲୋକସଭା ସାଂସଦ ହୋଇଥିବା ବେଳେ ୨ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେହିପରି ୩ଥର ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ ବାଜପେୟୀ। ୧୯୯୬ରେ ସେ ୧୩ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ୧୯୯୮ରେ ୧୧ମାସ ଧରି କ୍ଷମତାରେ ଥିବାବେଳେ ୧୯୯୮ରୁ ୨୦୦୪ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ।
ସମ୍ମାନ:
୨୦୧୫: ଭାରତ ରତ୍ନ
୧୯୯୪: ଲୋକମାନ୍ୟ ତିଳକ ପୁରସ୍କାର ସମ୍ମାନ
୧୯୯୪: ସର୍ବଶ୍ରେଷ୍ଠ ସାଂସଦ
୧୯୯୪: ଭାରତରତ୍ନ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ପୁରସ୍କାର
୧୯୯୩: କାନପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନଜନକ ଡକ୍ଟରେଟ ଉପାଧି
୧୯୯୨: ପଦ୍ମ ବିଭୂଷଣ

Comments are closed.