Odisha Link
Bridging the Missing Links in Odisha

୫ ଦିନ ଯାଏଁ ଶୁଖିଲା!

ଭୁବନେଶ୍ୱର : ଏବେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୫ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ମନସୁନ ଟ୍ରପଲାଇନ ଓଡ଼ିଶା ବଦଳରେ ରାଜସ୍ଥାନରେ ସୃଷ୍ଟି ହୋଇଛି। ମୌସୁମୀ ସେତେ ସକ୍ରିୟ ନଥିବାରୁ ଆସନ୍ତା ୫ ଦିନ ଯାଏଁ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତାକାଲି ଓ ତା’ର ପର ଦିନ ଗୋଟିଏ କିମ୍ବା ୨ଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ହୋଇଛି। କିଛି ସ୍ଥାନରେ ଆକାଶ ମେଘୁଆ ରହିବ। ଏପରକିି କାଳବୈଶାଖୀ ଯୋଗୁଁ ସ୍ୱଳ୍ପ ବର୍ଷା ହେବ। ଏବେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ। ବନ୍ୟା ସ୍ଥିତି ବି ହେବନି ବୋଲି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.