Odisha Link
Bridging the Missing Links in Odisha

ପୁଣି ଅଜଣା ଜନ୍ତୁ ଆତଙ୍କ; ଗଞ୍ଜାମରେ ୪୦ ଛେଳି ମୃତ

ଭୁବନେଶ୍ବର : କିଛି ଦିନର ନିରବତା ପରେ ପୁଣି ଅଜଣା ଜନ୍ତୁର ଆତଙ୍କ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ବାହାଡ଼ାଗୁଡ଼ା ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ଛେଳି ପଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ସେହି ଗାଁର ଗଙ୍ଗା ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରେ ଛେଳିମାନେ ବନ୍ଧା ହୋଇଥିଲେ । ଗଙ୍ଗା ଗୌଡ଼ ଜଙ୍ଗଲରୁ ଫେରି ଦେଖିଲା ବେଳେକୁ ଗୁହାଳରେ ଛେଳିଗୁଡିକ ମରି ପଡିଥିଲେ । ସବୁ ଛେଳିଙ୍କର ତଣ୍ଟି ପାଖରେ କାମୁଡ଼ା ଚିହ୍ନ ଥିବା ରହିଥିବା ​‌ବେଳେ ସମସ୍ତଙ୍କର ମୃତ୍ୟୁ ସମାନ ଢଙ୍ଗରେ ହୋଇଛି ବୋଲି ଗଙ୍ଗା ଗୌଡ଼ ଅଭିଯୋଗ କରିଛନ୍ତି । ଅଜଣା ଜନ୍ତୁଙ୍କ ଆକ୍ରମଣ ଦ୍ବାରା ଛେଳିପଲଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସ୍ଥାନୀୟଲୋକ ସନ୍ଦେହ କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତ ଦୁଇ ବର୍ଷ ପୂର୍ବେ କଟକ ଜିଲାର ନିଆଳି ଅଞ୍ଚଳରେ ମେଣ୍ଢା ମଡକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଅଜଣାଜନ୍ତୁ ଆକ୍ରମଣରେ ମେଣ୍ଢାମାନଙ୍କ ମୃତ୍ୟୁ ହୋଇଥିଲା ବୋଲି ଆତଙ୍କ ସୃଷ୍ଟି ହୋଇଥିଲା। ସେହିପରି ଗତ ବର୍ଷ ଏଭଳି ଘଟଣା ଘଟିଥିବା ନଜିର ରହିଛି ।

Comments are closed.