Odisha Link
Bridging the Missing Links in Odisha

ହୀରକୁଦ ଜଳଭଣ୍ଡାରର ବନ୍ଦ ହେଲା ଆଉ ୫ଟି ଗେଟ୍

ସମ୍ୱଲପୁର : ହୀରାକୁଦ ଡ୍ୟାମ୍ ର ଜଳସ୍ତର ଶନିବାର ୬୨୦ ଫୁଟ ରହିଛି। ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ତେଣୁ ଶନିବାର ଡ୍ୟାମ କର୍ତ୍ତୃପକ୍ଷ ଜଳ ଭଣ୍ଡାରର ଖୋଲା ରହିଥିବା ୧୦ଟି ଗେଟ୍ ମଧ୍ୟରୁ ୫ଟି ଗେଟକୁ ବନ୍ଦ କରିଦେଇଛନ୍ତି। ଫଳରେ ଏବେ ୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଗତ ଗୁରୁବାର ୨୦ଟି ଗେଟ୍ ଖୋଲା ଯାଇଥିବା ବେଳେ ଶୁକ୍ରବାର ୧୦ଟି ଗେଟ୍ ବନ୍ଦ କରାଯାଇଥିଲା। ଅନ୍ୟପଟେ ପୂର୍ବରୁ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହୋଇଥିବା ବନ୍ୟା ଜଳ ଆଜି ମୁଣ୍ଡୁଳିରେ ପହଁଚିବ । କିନ୍ତୁ କୌଣସି ବଡ ଧରଣର ବନ୍ୟା ଆଶଙ୍କା ନଥିବା ଜଳ ସମ୍ପଦ ବିଭାଗ ସୂଚନା ଦେଇଛି।

Comments are closed.