Odisha Link
Bridging the Missing Links in Odisha

ଚାଷୀଙ୍କ ପାଇଁ ୬ଟି ପ୍ରସ୍ତାବ

ଭୁବନେଶ୍ୱର : ମୁମ୍ବାଇ ନୀତି ଆୟୋଗ ବୈଠକରୁ ଫେରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଚାଷୀଙ୍କ ଉନ୍ନତି ପାଇଁ ହୋଇଥିବା ଆଲୋଚନା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୃଷକଙ୍କ ଅଧିକାର ଓ ଉନ୍ନତି ଦିଗରେ ଓଡ଼ିଶା ୬ଟି ପ୍ରସ୍ତାବ ଦେଇଛି। ଭାଗଚାଷୀ ଯେପରି ସହଜରେ କୃଷି ଋଣ ପାଇବେ ସେ ନେଇ ପ୍ରସ୍ତାବ ଦିଆଯାଇଛି। ଉଦ୍ୟାନ କୃଷି, ପଶୁପାଳନ କ୍ଷେତ୍ରରେ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଛି। ମତ୍ସ୍ୟଚାଷୀମାନଙ୍କୁ ବୀମାରେ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିପରି କୃଷକଙ୍କ ଦକ୍ଷତା ବିକାଶ ଓ ଅର୍ଥକାରୀ ଫସଲକୁ ପ୍ରୋତ୍ସହାନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାଛଡ଼ା ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଚାଷ ପ୍ରଣାଳୀକୁ ସୁଦୃଢ ପାଇଁ ପ୍ରସ୍ତାବ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Comments are closed.