Odisha Link
Bridging the Missing Links in Odisha

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ଜଣେ ଯବାନ ସହିଦ

ଶ୍ରୀନଗର: ଆଜି ପୁଣି ପାକିସ୍ତାନ ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାର ନୌଶରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ସହିଦ ହୋଇଛନ୍ତି ଯବାନ ଲାନ୍ସ ନାୟକ ସନ୍ଦୀପ ଥପ୍ପା। ୩୫ ବର୍ଷୀୟ ଏହି ସହିଦ ଯବାନ ଦୀର୍ଘ ୧୫ ବର୍ଷ ହେବ ଇଣ୍ଡିଆନ୍ ଆର୍ମିରେ ଯୋଗ ଦେଇଥିଲେ। ସହିଦଙ୍କ ଘର ଉତ୍ତରାଖଣ୍ଡର ଡେରାଡୁନ ବୋଲି ଜଣାପଡ଼ିଛି। ପ୍ରଥମେ ସେ ଗଭୀର ଆହତ ହୋଇଥିଲେ ଏହାପରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ ସାଢ଼େ ୬ଟା ବେଳେ ସୀମାରେ ପାକିସ୍ତାନ ପଟୁ ପ୍ରବଳ ଗୁଳି ମାଡ଼ ହୋଇଥିଲା। ଯାହାର ଜବାବ ମଧ୍ୟ ଭାରତ ଦେଉଛି।

କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି। ଅଗଷ୍ଟ ୧୫ରେ ଭାରତୀୟ ସେନା ପାକିସ୍ତାନର ୩ ଯବାନଙ୍କ ମୁଣ୍ଡ ଗଡ଼ାଇଥିଲେ। ଏହା ପୂର୍ବରୁ ୫ରୁ ୭ ସୀମା ଅନୁପ୍ରେବଶକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାରତୀୟ ଯବାନ। ଶେଷରେ ମୃତ ଅନୁପ୍ରବେଶକାରୀଙ୍କ ଶବ ମଧ୍ୟ ପାକିସ୍ତାନ ନେଇନଥିଲା।

Comments are closed.