ଆଇଏନଏକ୍ସ ମିଡିଆ ମାମଲା: ବଦଳିଲେ ଇଡିର ତଦନ୍ତ ଅଧିକାରୀ

ନୂଆଦିଲ୍ଳୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ କଂଗ୍ରେସ ନେତା ଚିଦାମ୍ୱରମଙ୍କୁ ଗିରଫ କରିଛି। ଗିରଫ କରି ଚଦାମ୍ବରମଙ୍କୁ ପଚରାଉଚୁରା କରାଯାଉଛି। ହେଲେ ଆଜି ଏହି ଦୂର୍ନିତି ମାମଲାର ତଦନ୍ତ କରୁଥିବା ଇଡିର ତଦନ୍ତ ଅଧିକାରୀ ରାକେଶ ଆହୁଜାଙ୍କର ବଦଳି ହୋଇଛି। ଅନ୍ୟ ଜଣେ ଇଡି ଅଧିକାରୀ ଏହି ଆଇଏନଏକ୍ସ ଦୂର୍ନୀତି ମାମଲାର ତଦନ୍ତ କରିବେ ବୋଲି ଜଣାପଡ଼ିଛି। ତାଙ୍କୁ ଦିଲ୍ଲୀ ପୋଲିସକୁ ପୁଣି ଫେରାଇ ଅଣାଯାଇଛି। ୩ ସପ୍ତାହ ପୂର୍ବରୁ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବା ଇଡ଼ି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ରାକେଶଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତ କରାଯିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
Comments are closed.