ରାଜଧାନୀ ଟ୍ରାଫିକ୍ ନିୟନ୍ତ୍ରଣ କରିବ ଡ୍ରୋନ କ୍ୟାମେରା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ରାଜଧାନୀକୁ ସୁରକ୍ଷା ଦେବ ଡ୍ରୋନ୍ କ୍ୟାମେରା। ରାଜଧାନୀ ଭୁବନେଶ୍ୱରରେ ଏବେ ଡ଼୍ରୋନ କ୍ୟାମେରା ଟ୍ରାଫିକ ଜଗିବ। ଏନେଇ ଆଜି ପୂର୍ବାହ୍ନରେ କହିଥିଲେ ଟୁଇନ୍ ସିଟି ନୂତନ ପୁଲିସ୍ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ। ହେଲେ ଆଜି ସନ୍ଧ୍ୟାରେ ପରୀକ୍ଷାମୂଳକ ଭାବେ ଡ୍ରୋନ କ୍ୟାମେରାର ବ୍ୟବହାର କରାଯାଇଛି।
ଏହାଫଳରେ ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏଁ ଏହି କଟକଣା ଲାଗୁ ହେବ। ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତାକୁ ନୋ ଓଭରଟେକିଂ ଜୋନ ଭାବେ ବିବେଚନା କରାଯିବ। ଏଥିସହ ଲେନ ଡ଼୍ରାଇଭିଂ ପାଇଁ ଚାଳକଙ୍କୁ କଡ଼ା ତାଗିଦ ମଧ୍ୟ କରାଯିବ। ଯେଉଁ ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବେ ତାଙ୍କ ଉପରେ ଜରିମାନା ମଧ୍ୟ କରାଯିବ।
Comments are closed.