Odisha Link
Bridging the Missing Links in Odisha

କୁଏତରେ ଫସିରହିଥିବା ଓଡ଼ିଆ ଶ୍ରମିକ ଘରକୁ ଫେରିଲେ

ଭୁବନେଶ୍ବର: ଭିଟାମାଟିକୁ ଫେରିଲେ ୧୨ ଓଡ଼ିଆ ଶ୍ରମିକ। କୁଏତରୁ ଘରକୁ ଫେରିଛନ୍ତି ୧୨ ଓଡ଼ିଆ ଶ୍ରମିକ। କୁଏତରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହଯୋଗରେ ସେମାନେ ଘରକୁ ଫେରିଛନ୍ତି। ଏଥିପାଇଁ ଟ୍ୱିଟ୍‌ ଜରିଆରେ ଭାରତର ରାଷ୍ଟ୍ରଦୂତ ଶ୍ରୀ ବିପୁଲଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

କାମ କରିବାକୁ ଯାଇ ଏହି ଓଡ଼ିଆ ଶ୍ରମିକମାନେ କୁଏତରେ ଫସି ଯାଇଥିଲେ। ୯ ମାସ ଧରି ସେମାନଙ୍କୁ ଦରମା ମିଳିନଥିଲା। ଦରମା ମାଗିବାରୁ ସମସ୍ତଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ଘରକୁ ମଧ୍ୟ ସେମାନେ ଫେରି ପାରିପାରି ନଥିଲେ। ଏହା ଜାଣିବା ପରେ ଏହି ଶ୍ରମିକମାନେ କୁଏତରୁ ଓଡ଼ିଶାକୁ କେମିତି ଫେରିବେ, ସେଦିଗରେ ଉଦ୍ୟମ କରିଥିଲେ ବୈଜୟନ୍ତ ପଣ୍ଡା। ଫସି ରହିଥିବା ଶ୍ରମିକଙ୍କୁ ସାହାଯ୍ୟ କରିବାକୁ କୁଏତରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଥିଲେ। ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ପରେ ଶେଷରେ ଓଡ଼ିଶା ଶ୍ରମିକମାନେ ଘରକୁ ଫେରିଛନ୍ତି।

Comments are closed.