Odisha Link
Bridging the Missing Links in Odisha

ଅନୁଗୋଳରେ ମୃଦୁ ଭୂମିକମ୍ପ ଅନୁଭୂତ

ଅନୁଗୋଳ : ଅନୁଗୋଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଦୁଇ ସେକେଣ୍ଡ ପାଇଁ ଅମୁଭୂତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଲୋକମାନେ ନିଜ ନିଜ ଘରୁ ବାହାରକୁ ବାହାରିଆସିଥିଲେ। ଭୂମିକମ୍ପର ତୀବବ୍ରତା ସଂପର୍କରେ ସଠିକ୍ ଜଣାପଡିନଥିଲେ ନଥିଲେ ଏହା ଦୁଇ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା କୁହାଯାଉଛି। ଭୂମିକମ୍ପ ଫଳରେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି। ଥରେ ଭୂମିକମ୍ପ ଅନୁଭୂତ ହେବା ପରେ ପୁଣି ଦ୍ବିତୀୟ ଥର ଭୂମିକମ୍ପ ଅନୁଭୂତ ହେବା ନଜିର ରହିଛି। ତେବେ ପୁଣି ହେବା ବୋଲି ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଅନୁଗୋଳ ଜିଲ୍ଲାରେ ବ୍ୟାପକ କୋଇଲା ଖଣି ରହିଥିବାରୁ ଏଠାରେ ସାମାନ୍ୟ ଭୂମିକମ୍ପ ମଧ୍ୟ ବଡ ଧରଣର ଅଘଟଣ ଘଟାଇବା ଆଶଙ୍କା ରହିଛି। ଭୂମିକମ୍ପ ସଂପର୍କରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ତୁରନ୍ତ କୌଣସି ବୁଲେଟିନ୍ ପ୍ରକାସ ପାଇନାହିଁ।

Comments are closed.