Odisha Link
Bridging the Missing Links in Odisha

ଦେବୀ ନଦୀରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର, ଜଣେ ଗିରଫ

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାର ସଦର ବ୍ଲକ୍‌ ଅନ୍ତର୍ଗତ ପୋହଳ ଉପକଣ୍ଠ ଦେବୀ ନଦୀରେ ଏକ ଅଜଣା ମୃତ ଶରୀର ପୁଲିସ୍‌ ଉଦ୍ଧାର କରିଛି। ଦେବୀ ନଦୀରେ ଉକ୍ତ ମୃତ ଶରୀରଟି ପାଣି ସଢି ଦୁର୍ଗନ୍ଧ ହେବା ସହିତ ଉଲଗ୍ନ ଅବସ୍ଥାରେ ଭାଶୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରଛି। ପ୍ରଥମେ ବଳତ୍କାର କରାଯାଇ ପରେ ହତ୍ୟା କରାଯାଇଥାଏ ପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

ଅପରପକ୍ଷେ ମହିଳା ଜଣକ ଅତ୍ୟାଚାର ଶିକାର ହୋଇ ମାରି ଦେବୀ ନଦୀକୁ ପିଂଙ୍ଗି ଦିଆଯାଇଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ରିପୋର୍ଟ ଲେଖାହେବା ଶୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳି ନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

କିଛି ଦିନ ତଳେ ଓଡ଼ଗାଁରୁ ମହିଳା ଜଣଙ୍କ କାର କିଣିବା ପାଇଁ ଦୁଇ ଲକ୍ଷ ଟଙ୍କା ଧରି ଜଣେ ଯୁବକ ସହ ଘରୁ ଯାଇଥିଲେ। ଆଜି ତାଙ୍କ ଶବ ମିଳିବା ପରେ ଓଡ଼ଗାଁ ଥାନା ଘସାଦେଇପୁର ଗାଁର ପ୍ରହଲ୍ଲାଦ ନାୟକଙ୍କୁ ଓଡ଼ଗାଁ ପୁଲିସ୍ ଗିରଫ କରି ପଚରାଉଚରା କରୁଥିବା ପ୍ରକାଶ ପାଇଛି।

Comments are closed.