Odisha Link
Bridging the Missing Links in Odisha

ଟ୍ରାଫିକ ନିୟମକୁ ପୁଲିସ ବାବୁଙ୍କ ବେଖାତିର, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ନୂଆ ମୋଟର ଆଇନକୁ ନେଇ ସାରା ଦେଶରେ ଏବେ ଗୋଟିଏ ଚର୍ଚ୍ଚା। ତାଠୁ ବଳି ଚର୍ଚ୍ଚା ହେଉଛି ଜୋରିମାନାକୁ ନେଇ। ଯଦି ବାଇକ୍‌ ଚାଳକ ବିନା ହେଲମେଟରେ ଏବଂ ଆଇନ୍‌ ଉଲଘଂନ କଲା ତେବେ ତାକୁ ବଡ଼ ଧରଣର ତଣ୍ଡ ଗଣିବାକୁ ପଡ଼ୁଛି। ଖୋଦ୍‌ ପୁଲିସ୍‌ ବାବୁ ମାନେ ଫାଇନ୍‌ ଆଦାୟ କରୁଛନ୍ତି। ହେଲେ ପୁଲିସ୍‌ କର୍ମଚାରୀଙ୍କ ପାଇଁ ନିୟମ ଅଲଗା। ଆମେ ଏକଥା କହୁ ନାହୁଁ ଏକ ଭିଡିଓ କହୁଛି।

ଭିଡିଓଟିରେ  ଓଡ଼ି-05 ଏଲ୍- 4794 ନମ୍ବର ଥିବା ଏକ ବାଇକ ଚଳାଉଛନ୍ତି ପୁଲିସ୍ କର୍ମଚାରୀ। ପୁଲିସ୍‌ କର୍ମଚାରୀ ଜଣକ ବିନା ହେଲମେଟରେ ଗାଡ଼ି ଚଳଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପୁଲିସ୍‌ କର୍ମଚାରୀ ଜଣକ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଆଡ଼କୁ ଯିବାର ଦେଖିବାକୁ ମିଳିଛି। ଏଥି ସହିତ ଭିଡିଓଟିରେ ପୁଲିସ୍‌ କର୍ମଚାରୀ ଜଣକ ଗାଡ଼ି ଚଲାଉଥିବା ସମୟରେ ଫୋନର ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି।

ସାଧାରଣ ଲୋକ ଯଦି ବିନା ହେଲମେଟରେ ବାଇକ୍‌ ଚଲାଉଛନ୍ତି ନୂଆ ନିୟମ ଅନୁସାରେ ୧୦୦୦ ଟଙ୍କା ଦେବାକୁ ପଡ଼ୁଛି ହେଲେ ପୁଲିସ୍‌ କର୍ମଚାରୀ ନିୟମ ଭାଙ୍ଗିବା ସତ୍ତ୍ବେ କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ। ଯାହା ଏବେ ସାଧାରଣ ମହଲରେ ଚର୍ଚ୍ଚାର ବିଷୟ। ସୂଚନା ଥାଉକି ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି।

 

Comments are closed.