Odisha Link
Bridging the Missing Links in Odisha

କିଷାନ ମନଧନ ଯୋଜନାର ଶୁଭାରମ୍ଭ କଲେ ମୋଦି

ଝାଡଖଣ୍ଡ: ଆଜି ରାଞ୍ଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଷାନ ମନଧନ ଯୋଜନାର ଶୁଭାରମ୍ଭ ସହ ଝାଡଖଣ୍ଡର ବିଧାନସଭାର ନୂଆ ଭବନ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ଆମ ସରକାର ପ୍ରତି ଭାରତବାସୀଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ପ୍ରୟାସରତ। ଚଳିତ ବର୍ଷ ମାର୍ଚ୍ଚ ମାସରୁ ଦେଶର କୋଟି କୋଟି ଅସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପେନଶନ ଯୋଜନାରେ ଯୋଡା ଯାଇଛି। ବିକାଶ ଆମର ପ୍ରାଥମିକତା ଏବଂ ପ୍ରତିବଦ୍ଧତା। ଏବେ ଦେଶ ଯେଉଁ ଗତିରେ ଆଗକୁ ବଢୁଛି ପୂର୍ବରୁ କେବେ ଏଭଳି ହୋଇ ନଥିଲା।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ କରିବା ଏବଂ ଜାମ୍ମୁ କାଶ୍ମୀର ଓ ଲଦାଖର ବିକାଶକୁ ନୂତନ ସ୍ତରରେ ନେଇ ପହଁଚାଇବା ଆମର ଲକ୍ଷ୍ୟ। ଏଥିପାଇଁ ଆମେ କାମ କରିବା ଆରମ୍ଭ କରି ଦେଇଛୁ। ପିଏମ କିଷାନ ନିଧି ଯୋଜନାରେ ଦେଶର କୋଟି କୋଟି କୃଷକ ଏବେ ଲାଭବାନ ହେଉଛନ୍ତି। ଗତ ଶହେ ଦିନ ମଧ୍ୟରେ ଦେଶବାସୀ ଯାହା ଦେଖିଛନ୍ତି ତାହା କେବଳ ଟ୍ରେଲର ଫିଲ୍ମ ଦେଖିଛନ୍ତି। ପ୍ରକୃତ ଫିଲ୍ମ ଏବେ ବାକି ଅଛି ବୋଲି କହିଛନ୍ତି ମୋଦି।

Comments are closed.