Odisha Link
Bridging the Missing Links in Odisha

ରାଜସ୍ବ ଅଧିକାରୀ ତାଲିମ କେନ୍ଦ୍ରକୁ ଅଚାନକ ପହଞ୍ଚିଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି

ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା  ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଭାଗ ଅଧିନସ୍ଥ ରାଜସ୍ବ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଥିଲେ।
ଏହି ପରିର୍ଦଶନ ଅବସରରେ ମନ୍ତ୍ରୀ  ମାର୍ଣ୍ଡି ଅନୁଷ୍ଠାନରେ ଚାଲୁଥିବା ସରକାରଙ୍କର ତାଲିମ ଓ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଉପରେ ଅବଗତ ହୋଇଥିଲେ।

ଓଡ଼ିଶା ପ୍ରାାସନିକ ସେବା ତଥା ଓଡ଼ିଶା ରାଜସ୍ବ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ମନ୍ତ୍ରୀ ମତ ଓ ତଥ୍ୟ ବିନିମୟ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ମନ୍ତ୍ର ଆଧାରରେ ନିଷ୍ଠା ଓ ଦାୟିତ୍ବର ସହ କର୍ତ୍ତବ୍ୟ ସଂପାଦନ କରିବା ପାଇଁ ମନ୍ତ୍ରୀ  ମାର୍ଣ୍ଡି ପରାମର୍ଶ ଦେବା ସହ ସରକାରୀ ସେବାରେ ୫ଟି ମନ୍ତ୍ରୀ ପ୍ରୟୋଗ ଉପରେ ପ୍ରଶିକ୍ଷଣ ଦେଇଥିଲେ। ଅଧିକାରୀମାନେ ସେମାନଙ୍କର କାର୍ଯ୍ୟରେ ଦଳଗତ ପରିଚାଳନା, ବୈଷୟିକ ଜ୍ଞାନକୌଶଳ, ସ୍ବଚ୍ଛତା ଓ ସମାୟାନୁବର୍ତ୍ତତା ପ୍ରୟୋଗ କରି କାର୍ଯ୍ୟଧାରାରେ ଏକ ମାନବିକ ଦୃଷ୍ଟିଭଙ୍ଗୀମୂଳକ ରୂପାନ୍ତରଣ ଆଣିବା ସହିତ ପ୍ରଶାସନ ଓ ସେବା ବିତରଣ ବ୍ୟବସ୍ଥାକୁ ୫ଟି ପର୍ଯ୍ୟବସିତ କରିବା ଉପରେ ଗୁରତ୍ବ ଆରୋପ କରିଥିଲେ।


ଆପାତାକାଳୀନ ଆବଶ୍ୟକତା ଯଥା ପ୍ରାକୃତିକ ବିପର୍ଯ୍ୟୟ ଓ ଆଇନଶୃଙ୍ଖଳା ଅବସ୍ଥାର ସୁପରିଚାଳନାରେ ନିଜର ସାମର୍ଥ୍ୟ ପ୍ରମାଣ କରିବା ପାଇଁ ଅଧିକାରୀମାନେ ନିଜକୁ ଶାରୀରିକ ଭାବେ ସୁସ୍ଥ ରଖିବା ପାଇଁ ମନ୍ତ୍ରୀ  ମାର୍ଣ୍ଡି ପରାମର୍ଶ ଦେଇଥିଲେ।
ବଂଶଧାରା ପ୍ରକଳ୍ପ ଭୂମି ଅଧିକାର ସମେତ ବିଭିନ୍ନ ପ୍ରମାଣପତ୍ର ଯୋଗାଇଦେବା ନିମନ୍ତେ ଇ-ମ୍ୟୁଟେସନ୍, ଇ-ରେଜିଷ୍ଟ୍ରସନ୍‌ ଓ ସର୍ଭିସ୍‌ ପ୍ଲସ୍‌ ପରି ବୈଷୟିକ ପ୍ରୟୋଗଗୁଡ଼ିକ ଉପରେ ଗୁରୁତ୍ବ ଦେଇ ଅଧିକାରୀମାନେ କାର୍ଯ୍ୟକଲେ ଶ୍ରୀଘ୍ର ବିଭିନ୍ନ କାର୍ଯ୍ୟ ସଂପାଦିତ ହୋଇପାରିବ ଓ ଜନସାସାଧାରଣଙ୍କୁ ଉତ୍ତମ ଓ ସ୍ବଚ୍ଛ ପ୍ରଶାସନର ସୁଫଳ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଉଲ୍ଲେଖ କରିଥିଲେ।

Comments are closed.