Odisha Link
Bridging the Missing Links in Odisha

ପିଲାକୁ ତାଲା ପକାଇବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ସସ୍‌ପେଣ୍ଡ

ବାଲେଶ୍ୱର : ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇଯିବା ଘଟଣାରେ ଆଜି ତଦନ୍ତ ହୋଇଥିଲା। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦିଆଯିବା ପରେ ସିଆରସିସିଙ୍କ ନେତୃତ୍ବରେ ଗଠିତ ଏକ ଟିମ୍‌ ସେହି ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜେରା କରିବା ସହ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ସମସ୍ତ ରିପୋର୍ଟକୁ ଆଧାର କରି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଇଓ ସସ୍‌ପେଣ୍ଡ କରିଛନ୍ତି।
ସୂଚନା ଅନୁସାରେ, ବୁଧବାର ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ପିଲାଟି ଶୌଚାଳୟକୁ ଯାଇଥିଲା। ପିଲାଟି ଶୌଚାଳୟରୁ ଆସିବା ପୂର୍ବରୁ ସ୍କୁଲ ଛୁଟି ହୋଇଯାଇଥିଲା। ଶିକ୍ଷକ ଓ ପିଅନ ଗେଟରେ ତାଲା ପକାଇ ନିଜ ନିଜ ଘରକୁ ପଳାଇ ଯାଇଥିଲେ। ପିଲାଟି ଶୌଚାଳୟରୁ ଫେରି ସ୍କୁଲ ଗେଟରେ ତାଲା ପଡ଼ିଥିବା ଦେଖିଥିଲା। ଏହାପରେ ସେ କିଛି ଉପାୟ ନ ପାଇ ବଡ଼ ଜୋରରେ କାନ୍ଦିଥିଲା। ପିଲାର କାନ୍ଦଣା ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ପିଅନକୁ ଡକାଇ ଗେଟର ତାଲା ଖୋଲି ତାକୁ ଉଦ୍ଧାର କରିଥିଲେ।
ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସଫେଇ ଦେଇ କହିଛନ୍ତି, ସ୍କୁଲଟି ରାସ୍ତା କଡ଼ରେ ହୋଇଥିବାରୁ ଅଭିଭାବକ ଆସିଲେ ଆମେ ପିଲାଙ୍କୁ ଛାଡ଼ୁ। ପ୍ରତିଦିନ ଜଣେ, ଦୁଇ ଜଣ ପିଲାଙ୍କୁ ସ୍କୁଲରେ ତାଲା ପକାଇ ରଖୁ। ଯେଉଁଦିନ ଅଭିଭାବକ ନ ଆସିଥାନ୍ତି, ଆମେ ସେଦିନ ପିଲାଙ୍କୁ ଏମିତି ତାଲା ପକାଇ ରଖୁ ଓ ବାହାରେ ଜଗୁ। ଚାବି ପକାଇବା ବିଷୟରେ ଆମେ ଅବଗତ ଥିଲୁ।

Comments are closed.