Odisha Link
Bridging the Missing Links in Odisha

ଆଞ୍ଚଳିକ ଖବରକାଗଜର ସ୍ବତନ୍ତ୍ରତା ବଜାୟ ରହିବ

ଭୁବନେଶ୍ବର: ସ୍ଥାନୀୟ ଇନଷ୍ଚିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଆନୁକଲ୍ୟରେ ଆଞ୍ଚଳିକ ମୁଦ୍ରିତ ଗଣମାଧ୍ୟର ଗୁରୁତ୍ବ ଓ ପ୍ରଭାବ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ କହିଥିଲେ ଯେ, ସ୍ବାଧିନତା ଓସ୍ବାଧିନତା ପରବର୍ତି ସମୟରେ ଆଞ୍ଚଳିକ ସମ୍ବାଦପତ୍ର ଓ ପତ୍ର ପତ୍ରିକା ଗୁଡିକ ଲୋକଙ୍କ ମୈାଳିକ ସମସ୍ୟା କୁ ସାମ୍ନାକୁ ଆଣିବାରେ ଏକ ବଡ଼ ଭୂମିକା ନିର୍ବାହ କରୁଥିଲେ। କିନ୍ତୁ ଜଗତୀକରଣ ପରେ ଏ କ୍ଷେତ୍ରରେ ଅନେକ ପରିବର୍ତନ ଆସିଲା ଓ ସାମ୍ବାଦପତ୍ର ଗୁଡ଼ିକ ନିଜର ମୈାଳିକ ଲକ୍ଷ୍ୟରୁ ବିରତ ହୋଇ ଅର୍ଥ ଉପାର୍ଜନ କରିବା ଏକ ମାଧ୍ୟମ ହୋଇଯାଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।


ଅନ୍ୟତମ ଅତିଥି ଭାବେ ଯୋଗଦେଇ ସମ୍ବାଦିକ କେଦାର ମିଶ୍ର କରିଥିଲେ ଯେ ଆଜିର ସୂଚନା ଓ ପ୍ରଯୁକ୍ତି ଯୁଗରେ ଆଞ୍ଚଳିକ ଖବର ଆଉ ଆଞ୍ଚଳିକ ହୋଇ ରହିନାହିଁ। ବରଂ ଏହା ଉଭୟ ଜାତୀୟ ଓ ଆର୍ନ୍ତଜାତିୟ ସ୍ତରରେ ପ୍ରଭାବ ପକାଇବାରେ ସକ୍ଷମ ହୋଇଛି। ସାମାଜିକ ଗଣମାଧ୍ୟମର ଉତ୍ପତି ଫଳରେ ସମ୍ବାଦିକତାର ପରିସର ବ୍ୟାପକ ହୋଇଛି, ତତ୍‌ ସହିତ ଖବର ସଂଗ୍ରହ ଓ ପରିବେଷଣରେ ନୂତନ ସୁଯୋଗ ସୃଷ୍ଟିହୋଇଛି ବୋଲି ସେ ମତପ୍ରକାଶ କରିଥିଲେ।
ବରିଷ୍ଠ ସମ୍ବାଦିକ ବାସୁଦେବ ମହାପାତ୍ର କହିଥିଲେ ଯେ, ବିଭିନ୍ନ ଗଣମାଧ୍ୟର ଉପସ୍ଥିତି ସତ୍ବେ ଆଞ୍ଚଳିକ ଖବର କାଗଜର ଗୁରୁତ୍ବ ରହିଛି ଓ ରହିଥିବ। ଆଞ୍ଚଳିକ ସମସ୍ୟାକୁ ଲୋକଲୋଚନକୁ ଆଣିବା ଏବଂ ସରକାରଙ୍କ ଉପରେ ସୃଷ୍ଟି କରିବାରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ। ଗଣତନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବାରେ ଏହାର ଅବଦାନ ବେଶ୍‌ ସ୍ବତନ୍ତ୍ର ବୋଲି ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମାଜ ସେବା ଏବଂ ସମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Comments are closed.