Odisha Link
Bridging the Missing Links in Odisha

ସମ୍ବଲପୁରରେ ଆଦାୟ ହେଲା ସବୁଠୁ ବଡ ଫାଇନ୍

ସମ୍ବଲପୁର: ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସମ୍ବଲପୁରରେ ଆଦାୟ ହେଲା ଦେଶର ସବୁଠୁ ବଡ ଫାଇନ୍। ଆଇନ ଉଲ୍ଲଂଘନ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନଥିବାରୁ ନାଗାଲାଣ୍ଡ ଟ୍ରକକୁ ୬ଲକ୍ଷ ୫୩ ହଜାର ୧୦୦ ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ଆରଟିଓ।
ସମ୍ବଲପୁର ରେମେଡରେ ଚେକିଂ ଚାଲିଥିବାବେଳେ ଏହି ଜରିମନା କରାଯାଇଛି। ଏହି ଟ୍ରକଟି ନାଗାଲାଣ୍ଡର ଶୈଳେଶ ଶଙ୍କର ଲାଲ ଗୁପ୍ତାଙ୍କ ନାଁରେ ଥିବା ଜଣାପଡିଛି। ଆଇନ ଉଲ୍ଲଂଘନ ପାଇଁ ୫୦୦ ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦୦୦ ଟଙ୍କା, ମାଲବାହୀ ଗାଡିରେ ଯାତ୍ରୀ ପରିବହନ କରୁଥିବାରୁ ୫ହଜାର, ପରମିଟ୍ ନଥିବାରୁ ୫ହଜାର, ବୀମା ସାର୍ଟିଫିକେଟ୍ ନଥିବାରୁ ୧ହଜାର ଟଙ୍କା, ୨୧-୭- ୨୦୧୪ରୁ ୩୦-୯-୨୦୧୯ ପର୍ଯ୍ୟନ୍ତ ଓମଭିଟି -୩ ଟିକସ ବାବଦକୁ ୬ଲକ୍ଷ ୪୦ ହଜାର ୫୦୦ ଟଙ୍କା ଚାଲାଣ କାଟିଛି ସମ୍ବଲପୁର ଆରଟିଓ।

Comments are closed.