Odisha Link
Bridging the Missing Links in Odisha

ଜାଭିୟରରେ ବାର୍ଷିକ ବାଣିଜ୍ୟ ଉତ୍କର୍ଷ ସମ୍ମିଳନୀ

ଭୁବନେଶ୍ବର: ଜାଭିୟର ଇନଷ୍ଟିଚ୍ୟଟ୍ ଅଫ ମ୍ୟାନେଜମେଣ୍ଟରେ ଚାଲିଥିବା ବାର୍ଷିକ ବାଣିଜ୍ୟ ଉତ୍କର୍ଷ ସମ୍ମିଳନୀ ବି.ଇ.ଏସ. ର ଦ୍ୱିତୀୟ ଅବସର ଶେଷବକ୍ତା ଭାବେ ଏଲ.ଏଣ୍ଡି.ଟି ର ତଥ୍ୟ ବିଶ୍ଳେଷଣ ମୁଖ୍ୟ ଅଶେଶ କୁମାର ଉପସ୍ଥିତ ଥିଲେ। “ବିଶ୍ଳେଷଣାତ୍ମକ ଉଦ୍ଦେଶ୍ୟ ସାଧନ” ଶୀର୍ଷକ ଆଲଚନାଚକ୍ର ଉପରେ କହିବାକୁ ଯାଇ ତଥ୍ୟ ତଥା ପ୍ରତ୍ଯାଶିତ ବିଶ୍ଳେଷଣ ଉପରେ ଗୁରୁତ୍ବାରୋପ କରିଥିଲେ ।

ତୃତୀୟଦିନରେ “ବିଘାତକ ଅଭିନବୀକରଣ ମୂଲ୍ୟବର୍ଦ୍ଧନକାରୀ କି ?”ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ପ୍ରଥମ ବକ୍ତା ତଥା କମ୍ୟୁନିଟି ଅପରେସନ୍ସ ମ୍ୟାନେଜର ତଥା କୃତ୍ରିମ ପ୍ରବଞ୍ଚନା ତଦନ୍ତ ବିଭାଗ ମୂଖ୍ୟ ଷ୍ଟାଲିନ୍ ମହାପାତ୍ର ବିଘାତକ ନବୀକରଣ ପ୍ରକ୍ରିୟାରେ ସଫଳାତାର ଆବଶ୍ୟକତା ଅନିର୍ବାର୍ଯ୍ୟ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ ।ରିଲାଏନ୍ସ ରିଟେଲ୍ସ ସିଓ ଓ ତଥା ଏକଜିକ୍ୟୁଟିଭ ଭିପି କାମଦେବ ମହାନ୍ତି ଗ୍ରାହକ ସନ୍ତୁଷ୍ଟିକରଣ ତଥା ନବୀକରଣ ମଧ୍ୟରେ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଶେଷ ବକ୍ତା ଏବଂଓୟୋରୁମ୍ସର ସହ ସଭାପତି ହର୍ଷିତ ବ୍ୟାସ୍ କୌଣସି କ୍ଷେତ୍ରରେ ପରିବର୍ତ୍ତନ ଅନ୍ୟ ପ୍ରତିଯୋଗୀ ଉଦ୍ୟୋଗମାନଙ୍କୁ ମଧ୍ୟ ପ୍ରେରିତ କରେ ବୋଲି ମତବ୍ୟକ୍ତ କରିଥିଲେ ।ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଶେଷରେ ବକ୍ତାମାନଙ୍କୁ ସ୍ମାରକୀ ପ୍ରଦାନ କରିଥିଲେ ଆଲେଚନାଚକ୍ରର ପରିଚାଳନା ପ୍ରଫେସର ଡବଲ୍ୟୁ,ଏସ୍.ବିଲିୟମ୍ସ ।ଶେଷରେ ପ୍ରଥମ ବର୍ଷରେ ଅଧ୍ୟୟନରତ ସୌରଭ ପୋତ୍ବାର ଏବଂ ଇଶିତା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲି ।

ଥିକଶେକ୍ ଫ୍ୟାକ୍ଟରିର ସହ ପ୍ରତିଷ୍ଟାତା ୟଶୱନ୍ତ ନାଗ ତାଙ୍କର ସ୍ନାତକୋତ୍ତର ବାଣିିଜ୍ୟ ପାଠ୍ୟକ୍ରମ ଏବଂ ତାଙ୍କର ଓୌଦ୍ୟୋଗିକ କାର୍ଯ୍ୟଧାରା ଉପରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ ।ଡି.ଏକ୍ସ.ସି. ଟେକନୋଲୋଜିରେ ଉତ୍ପାଯାନ୍ତ୍ରିକ ଏବଂ ଡିଜିଟାଲ୍ ରୂପାନ୍ତରଣ ନିର୍ଦ୍ଦେଶକ ସବ୍ୟସାଚୀ ଦାସ “ସ୍ବୟଂଚାଳିତ ସଂପ୍ରସାରଣର ନିୟନ୍ତ୍ରଣ” ଉପରେ ଆଲୋକପାତ କରିଥିଲେ ।

Comments are closed.