Odisha Link
Bridging the Missing Links in Odisha

ଏଣିକି ସମସ୍ତଙ୍କୁ ମିଳିବ ଡ୍ରେସ୍‌ ଓ ଜୋତା

ଭୁବନେଶ୍ବର: କେବଳ ଗରିବ ପରିବାରର ନୁହେଁ, ଏଣିକି ସବୁ ବର୍ଗର ପିଲାଙ୍କୁ ସ୍କୁଲରେ ମିଳିବ ଡ୍ରେସ୍‌ ଓ ଜୋତା। ଏପରି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ପୂର୍ବରୁ କେବଳ ବିପିଏଲ୍ ପରିବାରର ପିଲାଙ୍କୁ ଜୋତା ଓ ଡ୍ରେସ୍ ମିଳୁଥିଲା। ହେଲେ ଏଣିକି ସବୁ ସରକାରୀ ସ୍କୁଲ୍ ପିଲାଙ୍କୁ ଜୋତା ଓ ଡ୍ରେସ୍ ସହ ପରିଚୟପତ୍ର ମଧ୍ୟ ମିଳିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Comments are closed.