Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ବରିଷ୍ଠ କିରାଣୀ

ବଲାଙ୍ଗୀର: ବଲାଙ୍ଗୀରରେ ଏକ ଦମ୍ପତ୍ତିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢାଉ କରାଯାଇଛି। ଦମ୍ପତ୍ତି ହେଲେ ବଲାଙ୍ଗୀର ଅବକାରୀ ବିଭାଗର ମୁଖ୍ୟ କିରାଣୀ ତ୍ରିନାଥ ସେଠ୍‍ ଓ ତାଙ୍କ ପତ୍ନୀ ୱେସ୍କୋର ଜୁନିଅର ଆକାଉଣ୍ଟାଣ୍ଟ ସୀତାରାଣୀ ସେଠ୍‍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୪ଟି ଟିମ୍‍ ସରକାରୀ ଦମ୍ପତ୍ତିଙ୍କ ଘରେ ଚଢାଉ କରିଛି। ବଲାଙ୍ଗୀର ପ୍ୟାଲେସ ଲେନରେ ଥିବା ସେମାନଙ୍କ ବାସଭବନ ସମେତ ଉଭୟଙ୍କ କାର୍ଯ୍ୟାଳୟରେ ଚଢାଉ ଜାରି ରଖିଛି। ଏହାସହ ତାଙ୍କ ନୂଆପଡ଼ା ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ ପହଞ୍ଚି ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଏଥିରେ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲାର ଭିଜିଲାନ୍ସ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି। ବର୍ତ୍ତମାନ ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments are closed.