ଖବର ସଂସ୍ଥାର ମାଲିକମାନେ ବିଧାୟକ/ସାଂସଦ ହେବାର ମୋହ ତ୍ୟାଗ କରନ୍ତୁ

ଭୁବନେଶ୍ବର: ଖବରକାଗଜର ମାଲିକମାନେ ଯଦି ରାଜନୀତି ନ କରି କେବଳ ସଂପାଦନା କ୍ଷେତ୍ରରେ ଅଧିକ ମନ ଦେଇଥାଆନ୍ତେ ରାଜ୍ୟର ଅଧିକ ଲାଭ ହୁଅନ୍ତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖବରକାଗଜର ସଂପାଦକମାନେ ବିଧାୟକ/ସାଂସଦ ହେବାର ମୋହ ପରିତ୍ୟାଗ କଲେ ରାଜ୍ୟର ଲାଭ ହେବ ବୋଲି ସେ କହିଥିଲେ।
ଆଜି ଏଠାରେ ଖବର ଚ୍ୟାନେଲ କନକ ନ୍ୟୁଜର ୧୦ ବର୍ଷ ପୂର୍ତ୍ତି ଉତ୍ସବରେ ଅତିଥି ଭାବେ ଯୋଗଦେଇ ବୀଜଭାଷ ରଖିବା ଅବସରରେ ଶ୍ରୀ ପ୍ରଧାନ ସମ୍ବାଦର ସଂପାଦକ ତଥା କନକ ନ୍ୟୁଜ୍ର ମୁଖ୍ୟ ପୁରୋଧା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଲକ୍ଷ୍ୟକରି କହିଥିଲେ,
ମୁଁ ସୌମ୍ୟବାବୁଙ୍କର ବିଚାର, ପ୍ରଜ୍ଞାକୁ ସମ୍ମାନ କରେ। ଓଡ଼ିଶା ପାଇଁ ତାଙ୍କର ଉଦ୍ୟମରେ ମୁଁ ଯଦି ଗୁଣ୍ଡୁଚି ମୂଷାଟିଏ ହୋଇ କିଛି କରିପାରିଲି ଆନନ୍ଦିତ ହେବି। ତେବେ ମୋର କହିବା କଥା ହେଲା ସୌମ୍ୟବାବୁଙ୍କ ଭଳି ଲୋକାମାନେ ଏମ୍ଏଲ୍ଏ ଏମ୍ପି ହେବାର ମୋହ ପରିତ୍ୟାଗ କରି କେବଳ ସଂପାଦକ ଭାବରେ କାର୍ଯ୍ୟ କଲେ ଓଡ଼ିଶା ଅଧିକ ସମ୍ଭାବନାମୟ ହୁଅନ୍ତା।