Odisha Link
Bridging the Missing Links in Odisha

ସ୍କୁଲରେ ଡାଳ ପଡି ଛାତ୍ର ମୃତ

ଖୋର୍ଦ୍ଧା :ନିରାକାର କ୍ଷେତ୍ରବାସୀ ନୋଡାଲ ହାଇସ୍କୁଲରେ ଏକ ଅଘଟଣ ଘଟି ଯାଇଛି । ସ୍କୁଲ ପରିସରରେ ଗଛ ଡାଳ ପଡି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଜଣକ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିଲେ ଓ ନାଁ ରୀତେଶ ପ୍ରଧାନ । ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲ ନେବା ସମୟରେ ମୃତ୍ୟୁ ଘଟିଥିଲା । ବାତ୍ୟା ଫୋନି ସମୟରୁ ଏକ ବଡ଼ ଡାଳ ଭାଙ୍ଗି ଗଛରୁ ଝୁଲି ରହିଥିଲା ଓ ଖେଳ ଛୁଟିରେ ପିଲା ଖେଳୁଥିବା ବେଳେ ଡ଼ାଳଟି ହଠାତ୍ ଖସି ପଡିଥିଲା ।

Comments are closed.