Odisha Link
Bridging the Missing Links in Odisha

ହସସ୍ପିଟାଲରେ ବିଗ୍ ବି

ମୁମ୍ବାଇ: ବଲିଉଡର ବିଗ୍ ବି ଅମିତାଭ୍ ବଚ୍ଚନ ଏବେ ଟିକିଏ ଅସୁସ୍ଥ ହୋଇ ପଡିଛନ୍ତି । ସେ ରୁଟିନ୍ ଚେକ୍ ଅପ୍ ପାଇଁ ମୁମ୍ବାଇସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ବର୍ଷ ହେବ ଅମିତାଭ୍ ପେଟ ଏବଂ ଫୁସଫୁସ୍ ଜନିତ ସମସ୍ୟାରେ ପୀଡିତ ଅଛନ୍ତି । ଯାହା ଫଳରେ ତାଙ୍କୁ ନିୟମିତ ବ୍ୟବଧାନରେ ଚେକ୍‌ଅପ୍ ପାଇଁ ଡାକ୍ତରଖାନା ଯିବାକୁ ପଡୁଛି । ଜଣା ପଡିଛି ମଙ୍ଗଳବାର ସକାଳ ପ୍ରାୟ ୩ ଟା ସମୟରେ ଅମିତାଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲର ଏକ ସ୍ପେଶାଲ ରୁମରେ ତାଙ୍କୁ ରଖା ଯାଇଛି ଓ ସେ ରବିବାର ଦିନ ଡିସଚାର୍ଜ ହୋଇପାରନ୍ତି । ୧୯୮୨ ରେ ଆସିଥିବା ଫିଲ୍ମ କୁଲିର ସୁଟିଂ ସମୟରେ ଅମିତାଭଙ୍କୁ ଗଭୀର ଆଘାତ ଲାଗିଥିଲା । ତେବେ ଏହି ଘଟଣା ପରେ ବିଗ୍ ସିନା ବିପଦରୁ ବାହାରି ଯାଇଥିଲେ ହେଲେ ଏକ ରୋଗ ସାଥିରେ ଘରକୁ ନେଇଆସିଥିଲେ । କାରଣ ସେବେଠାରୁ ବିଗ୍ ବି ସିରୋସିସ୍ ରୋଗରେ ପୀଡିତ ।

Comments are closed.