Odisha Link
Bridging the Missing Links in Odisha

ବାଲ୍ୟବିବାହ ନିରୋଧ ସଂପର୍କିତ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ମହିଳାମାନଙ୍କ ବିକାଶ କ୍ଷେତ୍ରରେ ବାଲ୍ୟବିବାହ ଏକ ମୁଖ୍ୟ ପ୍ରତିବନ୍ଧକ । ଯଦି ଓ ବାଲ୍ୟବିବାହ ବହୁ ପରିମାଣରେ ହ୍ରାସ ପାଇଛି କିନ୍ତୁ ଏହାକୁ ସଂ ପୂର୍ଣ୍ଣ ରୂେ ପ ପ୍ରତିହତ କରାଯାଇ ପାରିନାହିଁ । ପରିସଂଖ୍ୟାନ ଅନୁଯାୟୀ ଆମ ରାଜ୍ୟ ଓଡ଼ିଶାରେ ବାଲ୍ୟବିବାହ ଜାତୀୟ ହାରଠାରୁ କମ୍‌ ପ୍ରତିଶତ ଅଛି । ବାଲ୍ୟବିବାହର ଜାତୀୟ ହାର ୨୬.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହି ହାର ୨୧ ପ୍ରତିଶତ ରହିଛି । ତଥାପି ଏହି ହାର ସଂପୂର୍ଣ୍ଣ ହ୍ରାସ କରି ୨୦୩୦ ମସିହା ସୁଦ୍ଧା ବାଲ୍ୟବିବାହକୁ ଶୂନ ପ୍ରତିଶତକୁ ଆଣିବା ନିମନ୍ତେ ଆମେ କୌଶଳଗତ କାର୍ଯ୍ୟ ଚିଠା (ଷ୍ଟ୍ରାଟେଜିକ୍‌ ଆକ୍ସନ୍‌ ପ୍ଲାନ୍‌) ଆରମ୍ଭ କରିଛୁ ବୋଲି ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି । ପୂର୍ବାହ୍ନରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ବାଲ୍ୟବିବାହ ନିରୋଧ ନିମନ୍ତେ ଆୟୋଜିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସାହୁ କହିଲେ, ପ୍ରତ୍ୟେକ ନାରୀ ମଧ୍ୟରେ ଅସାଧାରଣ ଶକ୍ତି, ସାମର୍ଥ୍ୟ ଏବଂ ଦକ୍ଷତା ରହିଛି । ନାରୀଟିଏ ସମାଜରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହେବ ଯେତେବେଳେ ତା’ ପାଖରେ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସମାନତାର ଅଧିକାର ଉପଲକ୍ଷ ହେବ । ଆମେ ଆମ ରାଜ୍ୟର ପ୍ରତ୍ୟେକ ଝିଅକୁ ଏଭଳି ଗଢ଼ିବାକୁ ଚାହୁଁଛୁ ଯେମିତି ସେ ଆତ୍ମନିର୍ଭରଶୀଳହେବ ଏବଂ ନିଜ ଜୀବନକୁ ସଠିକ୍‌ ଢଙ୍ଗରେ ପରିଚାଳିତ କରି ପାରିବ । ଏଥି ପାଇଁ ବାଲ୍ୟବିବାହ ଭଳି ଏକ ଘୃଣ୍ୟ ସାମାଜିକ ପ୍ରଥାକୁ ସଂ ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ସମସ୍ତେ ଆଗେଇ ଆସିବା ଆବଶ୍ୟକ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ, ବାଲ୍ୟବିବାହକୁ ରୋକିବା ଦିଗରେ ରାଜ୍ୟ ସରକାର ବିବିଧ ପଦକ୍ଷେ ପ ଗ୍ରହଣ କରୁଛନ୍ତି । ରାଜ୍ୟର ବାଳିକାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ସେମାନଙ୍କର ସ୍ୱାଧିନତା ଏବଂ ଅଧିକାରକୁ ସୁରକ୍ଷିତ ରଖିବା ନିମନ୍ତେ ଏକ ସାମଗ୍ରିକ ପ୍ରୟାସ କରାଯାଉଛି । ଝିଅମାନଙ୍କ ଦକ୍ଷତା ବିକାଶ ଏବଂ ବାଲ୍ୟବିବାହ ନିରୋଧ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ସହ ଏହାକୁ ନିୟମିତ ଭାବେ ଅନୁଧ୍ୟାନ କରାଯିବ । ଏଥି ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ଅଧିକ ସଂ ପୃକ୍ତ କରିବା ଲକ୍ଷ୍ୟରେ ଏକ କୌଶଳ ପ୍ରସ୍ତୁତ କରାଯାଇଛି କମିଶନର ତଥା ନିର୍ଦ୍ଦେଶକ, ମିଶନ ଶକ୍ତି ଶ୍ରୀମତୀ ସୁଜାତା ଆର୍‌. କାର୍ତ୍ତିକେୟନ୍‌ କହିଲେ ରାଜ୍ୟରେ ୭୦ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଛନ୍ତି । ସେମାନେ ନିଜ ନିଜ ଅଞ୍ଚଳରେ ଜଣେ ଜଣେ ନେତ୍ରୀ । ବାଲ୍ୟବିବାହକୁ ରୋକିବା ଦିଗରେ ସେମାନଙ୍କ ଯଥେଷ୍ଟ ଭୂମିକା ଏବଂ ପ୍ରଭାବ ରହିଛି ।

ନିର୍ଦ୍ଦେଶକ ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରଓ୍ୱାଲ୍‌ ନିଜର ସ୍ୱାଗତ ଭାଷଣରେ କହିଲେ ଯେ ୧୮ ବର୍ଷରୁ କମ୍‌ ବୟସର ଝିଅମାନଙ୍କ ବିବାହ ହେଲେ ସେମାନଙ୍କ ଶାରୀରିକ, ମାନସିକ ସ୍ୱାସ୍ଥ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଥାଏ । ବିଭାଗର ଉଦ୍ୟମ କ୍ରମେ ୨୦୧୮ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବାଧିକ ୪୧୧ ଜଣ ଝିଅଙ୍କୁବାଲ୍ୟବିବାହର ଶିକାର ହେବାରୁ ରକ୍ଷା କରାଯାଇ ପାରିଛି । ୟୁଏନ୍‌ଏଫ୍‌ ପିଏର ରାଜ୍ୟ କା୩⁄୪ର୍୍ୟକ୍ରମ ସଂଯୋଜକ ଡ. ଦୀ ପା ପ୍ରସାଦ ଏବଂ ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା ନିଲେ୍‌ସନ୍‌ ନିଜ ନିଜ ବକ୍ତବ୍ୟରେ ଯେଉଁ ଜିଲ୍ଲାରେ ବାଲ୍ୟବିବାହ ସର୍ବାଧିକ ହେଉଛି ଏବଂଯେଉଁଠି ଲିଙ୍ଗ ଅନୁ ପାତ କମ୍‌ ରହିଛି ସେଠାରେ ଆହୁରି ଅଧିକ ସଚେତନତା ସୃଷ୍ଟି କରିବା ଉ ପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ ବାଲ୍ୟବିବାହ ସଂ ପର୍କିତ ଅଡ଼ିଓ ଭିଜୁଆଲ୍‌, ରାଜ୍ୟ ଷ୍ଟ୍ରାଟେଜି ଆକ୍ସନ୍‌ ପ୍ଲାନ୍‌, ବାଲ୍ୟବିବାହ ନିରୋଧ ସଂଶୋଧୁୃିତ ଅଧିନିୟମ ଉନ୍ନୋଚନ ହୋଇଥିଲା । ବାଲ୍ୟବିବାହକୁ ଦୃଢ଼ ବିରୋଧ କରି ଚା ̧ଆନ୍‌ ଆଖ୍ୟା ପାଇଥିବା କୋରା ପୁଟର ସଂଜନା ଖିଲା, ରାୟଗଡ଼ାର ସୁମିତ୍ରା ହିକ୍‌କା, କନ୍ଧମାଳର ବର୍ଷାରାଣୀ ସାହୁ, ଗଞ୍ଜାମର ବର୍ଷାରାଣୀ ମୁନୀ, ନୟାଗଡ଼ର ସରୋଜିନୀ ନାୟକ ଓ ଢେଙ୍କାନାଳର ଶୁଭଲକ୍ଷୀ ସେଠୀ ପ୍ରମୁଖ ୬ ଜଣ ଝିଅଙ୍କୁ ସଞ୍ଚର୍ଦ୍ଧିତ କରାଯାଇଥିଲା । ବାଲ୍ୟବିବାହ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ରଣ ପୁରର ସିଡି ପିଓ ବ୍ରହୋତ୍ରୀ ମିଶ୍ର ଏବଂ ଗଞ୍ଜାମ, ସୋନ ପୁର, ନୟାଗଡ଼ ତଥା ରାୟଗଡ଼ା ଜିଲ୍ଲାକୁ ସଞ୍ଚର୍ଦ୍ଧିତ କରାଯାଇଥିଲା ।ବାଲ୍ୟବିବାହ ନିରୋଧ ସଂପର୍କରେ ‘ଟିକି ମାଉସୀ’ଙ୍କ ବାର୍ତ୍ତା ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବୈଷୟିକ ଅଧିବେଶନରେ ବାଲ୍ୟବିବାହ ନିରୋଧି କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜସ୍ଥାନର ରାଜ୍ୟ ମୁଖ୍ୟ ସଂଯୋଜକ (ୟୁଏନ୍‌ଏଫ୍‌ ପିଏ) ସୁନୀଲ ଜାକବ୍‌ ତାଙ୍କର ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରିଥିଲେ । ବାଲ୍ୟବିବାହ ନିରୋଧରେ ଗୃହ ବିଭାଗ ଏବଂ ପୋଲିସ୍‌ର ଭୂମିକା ସଂ ପର୍କରେ ଏସ୍‌ ପି, ଭିଜିଲାନ୍ସ ସାର୍ଥକ ଷଡଙ୍ଗୀ ଏବଂ ପଞ୍ଚାୟତିରାଜ ବିଭାଗ ତରଫରୁ ବାଲ୍ୟବିବାହ ନିରୋଧ ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପଞ୍ଚାୟତିରାଜ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ବାଲ୍ୟବିବାହ ନିରୋଧ ଅଧିକାରୀମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଏବଂ ଭୂମିକା ଏବଂ ଏ ସଂ ପର୍କିତ ନିର୍ଦ୍ଦେଶାବଳୀର ଅନୁ ପାଳନ ସଂ ପର୍କରେ ନିର୍ଦ୍ଦେଶକ, ସମାଜ ମଙ୍ଗଳ ଅରବିନ୍ଦ ଅଗ୍ରଓ୍ୱାଲ୍‌ ମତବ୍ୟକ୍ତ କରିଥିଲେ । ବିଭାଗୀୟ ଯୁଗ ଶାସନ ସଚିବ ନିତ୍ୟାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ଡିଏସ୍‌ଡବ୍ଲୁ୍ୟଓ, ସିଡି ପିଓ, ଡିସି ପିଓଙ୍କ ସମେତ ବହୁ ସେ୍ୱଚ୍ଛାସେବୀ ସଂଗଠନ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରତିନିଧି, ଉଚ୍ଚଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଗୃହ ବିଭାଗ ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

Comments are closed.