Odisha Link
Bridging the Missing Links in Odisha

ଆର୍ଥକ ବର୍ଷରେ ନାଲକୋ ପକ୍ଷରୁ ଚେକ୍ ଭାରତ ସରକାରଙ୍କୁ ପ୍ରଦାନ କରାଯାଇଛି

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଖଣି ମନ୍ତ୍ରଳୟ ଅଧିନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍ (ନାଲ୍‌କୋ) ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଲାଭାଂଶ ବାବଦକୁ ୫୫୭.୮୦ କୋଟି ଟଙ୍କାର ଏକ ଚେକ୍ ଆଜି ଭାରତ ସରକାରଙ୍କୁ ପ୍ରଦାନ କରାଯାଇଛି । ଏଥିରେ ୪୩୬.୫୪ କୋଟି ଟଙ୍କାର ଆନ୍ତରୀଣ ଲାଭାଂଶ ଏବଂ ୧୨୧.୨୬ କୋଟି ଟଙ୍କାର ଚୂଡାନ୍ତ ଲାଭାଂଶ ଅନ୍ତର୍ଭୂକ୍ତ । ନୂଆଦିଲ୍ଲୀ ଠାରେ ନାଲ୍‌କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ମାନ୍ୟବର କେନ୍ଦ୍ର ଖଣି, କୋଇଲା ଏବଂ ସଂସଦୀୟ ବ୍ୟାପାର ମବୀ ପ୍ରହଲ୍ଲାଦ ଯୋଶୀଙ୍କୁ ଏହି ଚେକ୍ ଦୁଇଟି ପ୍ରଦାନ କରିଥିଲେ । ଏହି ଅବସରରେ, କେନ୍ଦ୍ର ଖଣି ସଚିବ ଅନୀଲ ମୁକିମ୍‌, ଆଇଏଏସ୍‌, ଖଣି ବିଭାଗର ଅତିରିକ୍ତ ସଚିବ ଡଃ କେ. ରାଜେଶ୍ୱର ରାଓ, ଆଇଏଏସ୍‌, ଯୁଗ୍ମ ସଚିବ ଅନୀଲ କୁମାର ନାୟକ, ନାଲ୍‌କୋର ନିର୍ଦ୍ଦେଶକ (ପି ଆଣ୍ଡ୍ ଟି) ସଞ୍ଜୀବ ରାୟ ତଥା ମବାଳୟ ଓ କମ୍ପାନୀର ବରିଷ୍ଠଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ନାଲ୍‍କୋ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୦୭୨.୭୩ କୋଟି ଟଙ୍କା (ଡିଭିଡେଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍‌ ଟ୍ୟାକ୍ସ ବିନା) ର ଲାଭାଂଶ (ପେଡ୍‍ ଅପ୍‍ କ୍ୟାପିଟାଲ୍‍ର ୧୧୫%) ପ୍ରଦାନ କରାଯାଇଛି । ଏହି ଲାଭାଂଶରେ କେନ୍ଦ୍ର ସରକାରଙ୍କ ଅଂଶର ପରିମାଣ ୫୫୭.୮୦ କୋଟି ଟଙ୍କା ଅଟେ । ଉଲ୍ଲେଖଯୋଗ୍ୟ ଯେ କମ୍ପାନୀ ପ୍ରତିଷ୍ଠା ପରଠାରୁ, ନାଲ୍‍କୋ ଏଯାବତ୍ ୬୫୮୫.୫୭କୋଟି ଟଙ୍କା ଲାଭାଂଶ ଭାରତ ସରକାରଙ୍କୁ ପ୍ରଦାନ କରିବା ସହିତ ସରକାରୀ ରାଜକୋଷକୁ ସମୂଦାୟ ୮୫୩୯.୬୧ କୋଟି ଟଙ୍କା ଲାଭାଂଶ ଆକାରରେ ପ୍ରଦାନ କରିଛି ।

Comments are closed.