Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସିବେ ସିଇସି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ ସିଇସି ବା କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି। ଏହି ଅବସରରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲେପମେଣ୍ଟ କର୍ପୋରେସନ ବା (ଓଏମବିଏଡ଼ିସି) ରେ ବିନିଯୋଗ ହୋଇଥିବା ଅର୍ଥ ଖର୍ଚ୍ଚର ସମୀକ୍ଷା କରିବ କମିଟି। ପି. ଭି. ଜୟକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ କମିଟି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଏହି ସମୀକ୍ଷା କରିବେ।
ପ୍ରଥମେ କମିଟି ସଦସ୍ୟ ଭୁବନେଶ୍ୱରରେ (ଓଏମବିଏଡ଼ିସି) ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାପରେ ସେମାନେ କେନ୍ଦୁଝର ଗସ୍ତ କରିବେ। କେନ୍ଦୁଝରରେ ରହଣି ପରେ ଆସନ୍ତାକାଲି ମୟୂରଭଞ୍ଜ ଯାଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.