ମୁଖ୍ୟମନ୍ତ୍ରୀ ପଦ ଉପରେ ଶିବସେନାର ନଜର, କହିଲା ମହାରାଷ୍ଟ୍ରରେ କୌଣସି ଦୁଷ୍ମନ୍ତ..

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସି ସାରିଛି ହେଲେ ସରିନାହିଁ ମୁଖ୍ୟମନ୍ତ୍ରୀ କିଏ ହେବ ନେଇ ଅଙ୍କକଷା। ମହାରାଷ୍ଟ୍ରରେ ବିଜେପି ଏବଂ ତାର ସହଯୋଗୀ ଦଳ ଶିବସେନା ଏକାଠି ମିଶି ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ। ହେଲେ ଫଳାଫଳ ଆସିବା ପରେ ଶିବସନୋ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚଲେଇଛି ଅଙ୍କକଷା। ଯାହାରିଫଳରେ ବିଜେପି ପାଇଁ ଚିନ୍ତାର ବିଷୟ। ଶିବସେନା ନିଜର ଦବଦବା ଦେଖେଇବାକୁ ଯାଇ ବିଜେପିକୁ ମନେ ପକେଇଛି ୫୦:୫୦ର ଫର୍ମୂଲା। ଏଥିସହିତ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ପାଇଁ କରିଛି ଦାବି। ଯାହାକୁ ନେଇ ଶିବସେନା ଏବଂ ବିଜେପି ମଧ୍ୟରେ ଲାଗି ରହିଛି ବୟାନବାଜି ରାଜନୀତି।
ସୋମବାର ଦିନ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଦୁଇ ଦଳର ବରିଷ୍ଠ ନେତା ଅଲଗା ଅଲଗା ସାକ୍ଷାତ କରିଥିଲେ। ସାକ୍ଷାତ କରି ସାରିବା ପରେ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ କେଉଁ ଦୁଷ୍ମନ୍ତଙ୍କ ବାପା ଜେଲରେ ନାହାନ୍ତି।
Sanjay Raut, Shiv Sena: Uddhav Thackeray ji has said that we have other options too but we don't want to do the sin of accepting that alternative. Shiv Sena has always done politics of truth, we are not hungry for power. #MaharashtraAssemblyPolls pic.twitter.com/khK42wtDuS
— ANI (@ANI) October 29, 2019
ସୂଚନାଥାଉକି, ସଞ୍ଜୟ ରାଉତଙ୍କୁ ଗଣମାଧ୍ୟମ ପ୍ରତିନିଧୀମାନେ ପ୍ରଶ୍ନ କରିଥିଲେ ଯେ, ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ଗଠବନ୍ଧନ ହୋଇଥିବା ସତ୍ତ୍ବେ ସରକାର ଗଠନ କରିବାରେ କାହିଁକି ବିଳମ୍ବ ହେଉଛି। ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ସଞ୍ଜୟ କହିଛନ୍ତି ଯେ, ‘ମହାରାଷ୍ଟ୍ରରେ କୌଣସି ଦୁଷ୍ମନ୍ତଙ୍କ ବାପା ଜେଲରେ ନାହାନ୍ତି। ଆମେ ଧର୍ମ ଏବଂ ସତ୍ୟ ଉପରେ ରାଜନୀତି କରୁ । ଶରଦ ପାଓ୍ବାର ବିଜେପି ଏବଂ କଂଗ୍ରେସ ବିରୁଦ୍ଧରେ ମାହୋଲ ସୃଷ୍ଟି କରିଥିଲେ। ସେ କେବେ ବି ବିଜେପି ସପକ୍ଷରେ ଯିବେ ନାହିଁ।’