Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଆବଶ୍ୟକତା ଅଛି – ଧର୍ମେନ୍ଦ୍ର ପ୍ରଧାନ

ପୁରୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନରେନ୍ଦ୍ର ମୋଦି ସରକାରଙ୍କ ଗୋଟିଏ ମହତ୍ୱକାଂକ୍ଷୀ ଯୋଜନା । ଏହି ଯୋଜନାରେ ରାଜ୍ୟ ସରକାରଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଗଣମାଧ୍ୟମର ଏ ସମ୍ପର୍କିତ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ କହିଛନ୍ତି ଯେ ଛୋଟ ମନ କଲେ କାମ ହୁଏନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ୬୦ ଭାଗ ଟଙ୍କା କେନ୍ଦ୍ର ସରକାର ଦେଉଥିବା ବେଳେ ରାଜ୍ୟ ସରକାର ୪୦ ଭାଗ ଟଙ୍କା ଦେଉଛନ୍ତି । ଗରିବ ଲୋକମାନଙ୍କ ସଠିକ୍ ତାଲିକା ଆଧାରରେ ଘର ନିର୍ମାଣ ପାଇଁ ଟଙ୍କା ଦିଆଯାଉ । ମୋଦି ଦେଉଥିବା ଟଙ୍କାକୁ ଏପଟସେପଟ କରିବା ଉଚିତ୍ ନୁହେଁ । ଦୁର୍ନୀତି କଲେ ଅଭିଶାପ ପଡିବ । ଯିଏ ପାପ କରିବ ସେ ଫଳ ଭୋଗିବ ବୋଲି ପ୍ରଧାନ କହିଛନ୍ତି । ଫନୀ ଅର୍ଥ ଦୁର୍ନୀତି ଅଭିଯୋଗ ପ୍ରଶ୍ନର ଉତରରେ ପ୍ରଧାନ କହିଛନ୍ତି ଯେ ବହୁତ ଥିଲାବାଲା ଲୋକ ଅର୍ଥାତ୍‌ ଆଂଶିକ ଘର ଭାଙ୍ଗିଥିବା କିଛି ଲୋକମାନେ ଫନୀ ସହାୟତା ପାଇଥିବା ଅଭିଯୋଗ ହୋଇଛି । ଏହି କାମରେ ଭୁଲ ଭଟକା ହୋଇ ପାରେ ମାତ୍ର ଏହାକୁ ସୁଧାରିବାର ଆବଶ୍ୟକତା ଅଛି । ସେ କହିଛନ୍ତି ଯେ ମୋଦିଙ୍କ ସରକାରରେ ବାତ୍ୟା ଫନୀ ପରେ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଆସିଛି । ତେବେ ଏହି ସବୁ ପ୍ରସଙ୍ଗରେ କାହାକୁ ବିଶେଷ ଭାବରେ ଗରିବ ଲୋକମାନଙ୍କୁ ବଂଚିତ କରିବା ଅନୁଚିତ, ତ୍ରୁଟି ସୁଧାରିବା ଦରକାର । ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।

Comments are closed.