Odisha Link
Bridging the Missing Links in Odisha

ନିଆରା ଢ଼ଙ୍ଗରେ ଜନ୍ମ ଦିନ ପାଳନ କଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ୪୬ ବର୍ଷ ବୟସରେ ଆଜି ପଦାର୍ପଣ କରିବାକୁ ଯାଉଛନ୍ତି ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ୧୯୭୩ ନଭେମ୍ବର୧ କର୍ଣ୍ଣାଟକରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା କ୍ରିଷ୍ଣାରାଜ ଓ ମାତା ଭ୍ରିନ୍ଦା ।ଐଶ୍‌ ୧୯୯୪ ମସିହାରେ ମିସୱାଲଡ ଜିତି ଥିଲେ । ଐଶ୍ୱର୍ଯ୍ୟା ୧୯୯୭ ମସିହାରେ ଅଭିନୟ ଦୁନିଆରେ ପାଦ ଦେଇ ଦର୍ଶକଙ୍କ ମନ କିଣି ନେଇଛନ୍ତି ।


ଐଶ୍‌ ପ୍ରତିବର୍ଷ ନିଜ ଜନ୍ମଦିନରେ କିଛି ନା କିଛି ସ୍ୱତନ୍ତ୍ର କରିଥାନ୍ତି। ଏଥର ସେ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ମିଶି ରୋମାନରେ ବିଶେଷ ଭାବେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଉଲ୍ଲେଖଯୋଗ୍ୟ, ଐଶ୍ୱର୍ଯ୍ୟା ଆଗକୁ ମଣି ରତ୍‌ନମଙ୍କ ସିନେମା ‘ପନିୟିନ୍‌ ସେଲ୍‌ଭମ୍‌’ରେ ନଜର ଆସିବେ। ଜାଣିବାକୁ ମିଳିଛି ଯେ ଐଶ୍‌ ଏଥିରେ ଦୁଇଟି ଚରିତ୍ର ନଜର ଆସି ପାରନ୍ତି ।

Comments are closed.