Odisha Link
Bridging the Missing Links in Odisha

ଗହୀରମଥାକୁ ଆସିବେ ଅଲିଭରିଡ୍‍ଲେ

କେନ୍ଦ୍ରାପଡା: ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସିବେ ନୂଆ ଅତିଥି ଅଲିଭ ରିଡଲେ। ସେଥିପାଇଁ ଗହୀର ମଥାରେ ମାଛ ଧରିବା ଉପରେ କଟକଣା ଲାଗିଛି। ଏହି କଟକଣା ଆସନ୍ତା ମେ ୩୧ ଯାଏ ବଳବତ୍ତର ରହିବ। ବେଆଇନ ମାଛ ମାଫିଆଙ୍କୁ ଜଗିବେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନ ଓ ବନ ବିଭାଗ।
ନଭେମ୍ବର ପ୍ରଥମ ସପ୍ତାହରେ ଅଲିଭ ରିଡଲେ ଅଭୟାରଣ୍ୟକୁ ଆସିଥାନ୍ତି। ଏଠାରେ ସେମାନଙ୍କର ମିଳନ ପର୍ବ ପରେ ଡିସେମ୍ବର ଶେଷ ବେଳକୁ ଅଣ୍ଡା ଦେବା ଆରମ୍ଭ କରିଛନ୍ତି। ଗହିର ମଥାର ନାସି-୧ ନାସି-୨ ଓ ବାୁବାଲି ପ୍ରଭୁତି ସ୍ଥାନରେ ଅଣ୍ଡା ଦେଇଥାନ୍ତି। ଏମାନଙ୍କର ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କ ମାଛ ମାରିବାକୁ ବାରଣ କରାଯାଇଛି। କଇଁଛ ସୁରକ୍ଷା ପାଇଁ ୧୬ଟି ଟିମରେ ୬୦ ଅଧିକାରୀ ଅଛନ୍ତି।

Comments are closed.