Odisha Link
Bridging the Missing Links in Odisha

ଚିକିତ୍ସା ସେବାକୁ ଲୋକଙ୍କ ନିକଟତର କରିବାକୁ ସରକାର ସଂକଳ୍ପବଦ୍ଧ : ମନ୍ତ୍ରୀ ଶ୍ରୀ ଦାସ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗକୁ ଅଧିକ କ୍ରିୟାଶୀଳ କରବା ସହ ସାଧାରଣ ଲୋକଟିଏ ଯେମିତି ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଂଚିତ ନହୁଏ ସେଥି ପ୍ରତି ଗୁରୁତ୍ୱ ଦେବା ସହ ‘ମୋ ସରକାର’ ଓ ୫ ‘ଟି’ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ଉପରେ ସରକାର ସଂକଳ୍ପବଦ୍ଧ ଅଟନ୍ତି । ଉନ୍ନତ ମାନର ଚିକିତ୍ସା ସହ ଅପହଞ୍ଚ ଦୁର୍ଗମ ଅଞ୍ଚଳରେ ଚିକିତ୍ସା ସେବାକୁ ପହଞ୍ଚାଇବା ସହ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅସହାୟ, ନିରାଶ୍ରୟ ଲୋକମାନଙ୍କୁ ଚିକିତ୍ସା ସେବା ଉପଲକ୍ଷ କରାଇବା ଉଚିତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ‘ମୋ ସରକାର’ ଓ ୫ ‘ଟି’ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଯେ ବିଭାଗରେ ଖାଲି ପଡ଼ିଥିବା ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସମସ୍ତ ଜିଲ୍ଲା ସଦର ମହକୁମା ହସ୍‌ ପିଟାଲ୍‌ରେ ରୋଗୀଙ୍କ ଆବଶ୍ୟକତା ଅନୁସାରେ ଆମ୍ବୁଲାନ୍ସ ଓ ମହା ପ୍ରୟାଣ ଗାଡ଼ି ଉପଲକ୍ଷ କରାଇବା ଓ କେବିକେ ଜିଲ୍ଲାଗୁଡ଼ିକୁ ଚିକିତ୍ସା ସେବା କ୍ଷେତ୍ରରେ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ସହ ହସ୍‌ ପିଟାଲ୍‌ଗୁଡ଼ିକରେ ଚିକିତ୍ସା ପାଇଁ ଆବଶ୍ୟକ ଯନ୍ତ୍ରପାତି ଯୋଗାଣ, ବିଭିନ୍ନ ରୋଗର ପରୀକ୍ଷାନିରୀକ୍ଷା ପାଇଁ ପାଥୋଲାବ ଓ ରେଡିଓଲୋଜି ବିଭାଗର ଉନ୍ନତିକରଣ ଓ ନିରାମୟ ଯୋଜନାର ଆବଶ୍ୟକ ପରିମାଣରେ ଔଷଧ ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥାଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଡା ପ୍ରମୋଦ କୁମାର ମେହେର୍ଦ୍ଦା ଚିକିତ୍ସା ବ୍ୟବସ୍ଥାରେ ଗୁଣାତ୍ମକ ମାନ ବୃଦ୍ଧି, ଜରୁରୀକାଳୀନ ଚିକିତ୍ସା, ଶୃଙ୍ଖଳା ଓ ସେବା, ସହାନୁଭୂତି କ୍ଷେତ୍ରରେ ଡାକ୍ତରମାନେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ରାଜ୍ୟରେ ଇ-ବ୍ଲଡ୍‌ ବ୍ୟାଙ୍କର କାର୍ଯ୍ୟକାରିତା ସହ ଇଲେକ୍‌ଟ୍ରୋନିକ୍‌ ମେଡିକାଲ୍‌ ରେକର୍ଡ ବ୍ୟବସ୍ଥା ଶୀଘ୍ର ଲାଗୁ କରାଯିବା ଦିଗରେ ସରକାର ପଦକ୍ଷେ ପ ଗ୍ରହଣ କରୁଛନ୍ତି ବୋଲି ସୂଚନା ଦେଇଥିଲେ ।
ସେହ ପରି ଉତ୍ତମ ସେବା ପାଇଁ ଡାକ୍ତର ଓ ପାରାମେଡିକାଲ୍‌ ଷ୍ଟାଫ୍‌ମାନଙ୍କୁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ୫‘ଟି’ ପୁରସ୍କାର ନିଶ୍ଚିତ ଭାବେ ରୋଗୀସେବା କ୍ଷେତ୍ରରେ ନିୟେଜିତ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବା ସହ ଦକ୍ଷତା ବିକାଶ ଦିଗରେ ସହାୟକ ହେବ ବୋଲି ମତ ଦେଇଥିଲେ ।ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ ସଚିବ ଗୁହା ପୁନମ ତାପସକୁମାର ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.