Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳିତ

ଭୁବନେଶ୍ୱର: ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କୁ ଲୌହ ମାନବୀ ଭାବେ ବିବେଚନା କରାଯାଏ । ତାଙ୍କର ଦୃଢ଼ମନା ବ୍ୟକ୍ତିତ୍ୱ, ଦେଶର ନିରାପତ୍ତା, ଅଖଣ୍ଡ ଭାରତ ଏବଂ ରାଷ୍ଟ୍ରର ବିକାଶକୁ ଆଗକୁ ନେବାରେ ଅତୁଳନୀୟ ଭୂମିକା ରହିଥିଲା ବୋଲି ଅତିଥିମାନେ ଏଠାରେ ମତ ପ୍ରକାଶ କରିଥିଲେ ।
ଏଥିରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଉଚ୍ଚ ମାଧ୍ୟମିକ ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାଶ କହିଲେ ଯେ, ଇନ୍ଦିରା ଗାନ୍ଧୀ ଦେଶର ଏକତା, ସଂହତି ଓ ସାର୍ବଭୌମତ୍ୱ ପାଇଁ ଜୀବନବ୍ୟାପୀ କାର୍ଯ୍ୟକରି ଶେଷରେ ହିଂସାର ଶିକାର ହୋଇ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ପ୍ରାଣବଳୀ ଦେଇଥିଲେ । ଏଣୁ ହିଂସା ପରିହାର କରି ମାନବୀୟ ମୂଲ୍ୟବୋଧ ରଖି ଉତ୍ତମ କାର୍ଯ୍ୟ ସଂ ପାଦନ କରି ଦେଶ ଓ ରାଜ୍ୟ ପାଇଁ ଗର୍ବର କାରଣ ହେବାକୁ ସେ ସଭାରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବସମାଜକୁ ଆହ୍ୱାନ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଜୀବନରେ ଆଗକୁ ବଢ଼ିବା ପାଇଁ ସଂକଳ୍ପର ଆବଶ୍ୟକତା ରହିଛି । ଆମ ଦେଶ ବହୁ ଭାଷାଭାଷୀ ଅଞ୍ଚଳ ହୋଇଥିବା ସତ୍ତ୍ବେ ବିବିଧତା ମଧ୍ୟରେ ଏକତା ଉ ପରେ ବିଶ୍ୱାସ କରିଆସିଛି । ସମସ୍ତଙ୍କୁ ନେଇ ଦେଶର ବିକାଶ ପଥରେ ଯାତ୍ରା କରିବା ଇନ୍ଦିରା ଗାନ୍ଧୀଙ୍କ ପାଇଁ ଆହ୍ୱାନ ଥିଲା । ରାମାୟଣ ଓ ମହାଭାରତର ବିଷୟବସ୍ତୁ ଉ ପରେ ଆଲୋକ ପାତ କରି ଆମ ସଂସ୍କୃତି, ଜୀବନରେ ଲୋଭ ନକରି ତ୍ୟାଗ ଉ ପରେ ଗୁରୁତ୍ୱ ଦେଇ ଆସିଛି ବୋଲି ସେ ପ୍ରକାଶ କରିବା ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସମୟର ସଦୁପଯୋଗ କରି ସେ ଦେଶ ଓ ଜାତିର ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟକାରିବାକୁ ଆହ୍ୱାନ ଦେଇଥିଲେ । ଅତିଥିମାନେ ସ୍ୱର୍ଗତା ଇନ୍ଦିରାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଳ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉ ପସ୍ଥା ପନ କରିଥିଲେ । ଏହି ଅବସରରେ ଇନ୍ଦିରାଗାନ୍ଧୀଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସୂଚନା ଅଧିକାରୀ ଦୀପ୍ତିମୟୀ ମହା ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେବିଭାଗୀୟ ଯୁଗ ନିର୍ଦ୍ଦେଶକ ବିପିନ ବିହାରୀ ବାରିକୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ପ୍ରଶାନ୍ତ କୁମାର ପାଢ଼ୀ ଓ ସାଥୀଙ୍କ ଦ୍ୱାରା ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ଏହି ସଭାର ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ଉ ପସ୍ଥିତ ଥିଲେ ।

Comments are closed.