Odisha Link
Bridging the Missing Links in Odisha

ପୋଖରୀରୁ ମିଳିଲା ଶିକ୍ଷକଙ୍କ ମୃତଦେହ

ଦେବଗଡ: ଘରଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ପୋଖରୀରୁ ମିଳିଛି ମୃତଦେହ। ଶିକ୍ଷକଙ୍କୁ କେହି ହତ୍ୟା କହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡା ଗାଁର ନିକଟସ୍ଥ ପୋଖରୀରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିକ୍ଷକ ପାଲୁଣୀପଡା ଗାଁର ଆଶୁତୋଷ ପଟେଲ। ଘରଠାରୁ ଶହେ ମିଟର ଦୂରରେ ଥିବା ପୋଖରୀରୁ ମୃତଦେହ ମିଳିଛି।
ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ ଆଶୁତୋଷ। ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments are closed.