ନୟାଗଡ଼: ଉନ୍ନତିକରଣ ହେବ ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲ୍, ବସିଲା ବୈଠକ

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ରଣପୁରର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲ୍ର ଉନ୍ନତିକରଣ ଦିଗରେ ଥିବା ବିଭିନ୍ନ ପ୍ରତିବନ୍ଧକ ସଂପର୍କରେ ଆଲୋଚନା ହୋଇ ହସ୍ପିଟାଲ୍କୁ କିଭଳି କ୍ରିୟାଶୀଳ କରାଯାଇ ପାରିବ ଓ ଏହାଦ୍ୱାରା କିପରି ଅଞ୍ଚଳବାସୀ ଉପକୃତ ହୋଇ ପାରିବେ ସେ ଦିଗରେ ନିଷ୍ପତ୍ତି ନିଆଯାଇଥିଲା ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ହସ୍ପିଟାଲ୍ର ସିଭିଲ୍ କନ୍ଷ୍ଟ୍ରକସନ୍, ମୁଖ୍ୟ ଫାଟକ ନିର୍ମାଣ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଅପରେସନ୍ ଥିଟର ପାଇଁ ଆବଶ୍ୟକ ସରଞ୍ଜାମ, ଯନ୍ତ୍ରପାତି, ଡାକ୍ତର ପଦବୀ ପୂରଣ ଆଦି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା।
ସେଥି ପାଇଁ ତୁରନ୍ତ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ଦାସ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଅନ୍ୟ ଜନପ୍ରତିନିଧୀ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ପ୍ରମୁଖଉ ପସ୍ଥିତ ଥିଲେ।