Odisha Link
Bridging the Missing Links in Odisha

ସୋନିଆଙ୍କୁ ଭେଟିଲେ ଶରଦ, କହିଲେ..

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଏନସିପି ନେତା ଶରଦ ପାଓ୍ବାର। ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ହୋଇଛନ୍ତି ଶରଦ। ସେ ସୋନିଆଙ୍କ ସହ ଦୀର୍ଘ ସମୟ ଦୀର୍ଘ ସମୟ ଧରି ମହାରାଷ୍ଟ୍ର ରାଜନୀତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ସୋନିଆଙ୍କୁ ସାକ୍ଷାତ କରିବା ପରେ ଶରଦ ପାୱାର କହିଛନ୍ତି, “ମୁଁ ଆଜି କଂଗ୍ରେସ ମୁଖିଆଙ୍କୁ ଭେଟିଛି। ଦୁଇ ଦଳ ଆଗାମୀ ଦିନରେ ମହାରାଷ୍ଟ୍ରରେ କେଉଁ ଭଳି କାର୍ଯ୍ୟ କରିବେ ସେ ବିଷୟରେ ଆଲୋଚନା କରିଛି। ମୁମ୍ବାଇ କଂଗ୍ରେସ ଓ ଏନ୍‌ସିପି ନେତାମାନେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ଆମେ ଆଗକୁ କ’ଣ କରିବୁ, ତା’ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଛି। କଂଗ୍ରେସ ନେତୃବୃନ୍ଦ ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୁଣିଥରେ ସବୁ କିଛି ବିଚାର କରିବେ ବୋଲି ମୋର ଆଶା।”

Comments are closed.