ନଦୀକୂଳରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଖମାରଙ୍ଗ ଗାଁ ନିକଟ ମହାନଦୀ ତୁଠ ତଣ୍ଡିମୁଳ ନିକଟରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି।
ମିଳିଥିବା ସୂଚନା ଅନୁସାରେ, ବାଙ୍କୀ ସାହାଡାପଦା ଗାଁର ନିମାଇଁ ଚରଣ ମହାପାତ୍ର ଗତ କିଛି ଦିନ ହେଲା ନିଖୋଜ ରହିଥିଲେ। ଖମାରଙ୍ଗ ଗାଁ ନିକଟସ୍ଥ ତଣ୍ଡିମୁଳ ନିକଟରୁ ନିମାଇଁଙ୍କର ଗଳିତ ଶବ ସ୍ଥାନୀୟଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି। ସିଂହନାଥପୁର ଇଉଜିଏମ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ମୃତ ନିମାଇଁ ଚରଣ ମହାପାତ୍ର କାର୍ଯ୍ୟ କରୁଥିଲେ। ଘଟଣାସ୍ଥଳରେ ବାଙ୍କି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନଭିନ୍ ଜାରି ରଖିଛି।